fbpx
BJD SKY
BJD SKY

Paytm Moneyର ସିଇଓ ବରୁଣ ଶ୍ରୀଧର ଦେଲେ ଇସ୍ତଫା , ଏଣିକି ଦାୟିତ୍ୱ ସମ୍ଭାଳିବେ ରାକେଶ ସିଂ

BJD

ନୂଆଦିଲ୍ଲୀ: ପେଟିଏମ୍ କମ୍ପାନୀ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛି । ବର୍ତ୍ତମାନ କମ୍ପାନୀର ପେଟିଏମ୍ ମନି ସମ୍ବନ୍ଧରେ ତାଜା ଅପଡେଟ ଆସିଛି ଯେ, ୱାନ ୯୭ କମ୍ୟୁନିକେସନ୍ ଲିମିଟେଡର ୱେଲ୍ଥ ପରିଚାଳନା ପ୍ଲାଟଫର୍ମର ନୂତନ ସିଇଓ ମନୋନୀତ ହୋଇଛନ୍ତି । ବରୁଣ ଶ୍ରୀଧରଙ୍କ ସ୍ଥାନରେ ରାକେଶ ସିଂଙ୍କୁ ସିଇଓ କରାଯାଇଛି ।

ରାକେଶ ସିଂଙ୍କ କାର୍ଯ୍ୟକାଳ ମଧ୍ୟରେ କମ୍ପାନୀକୁ ଲାଭ ହୋଇଥିଲା :-
ତେବେ ସିଂଙ୍କ ନିଯୁକ୍ତି ବ୍ୟତୀତ ପେଟିଏମ୍ ମନି ଫେବୃଆରୀରେ ଭିପୁଲ ମେୱାଡାଙ୍କୁ ଏହାର ମୁଖ୍ୟ ଆର୍ôଥକ ଅଧିକାରୀ ଭାବରେ ନିଯୁକ୍ତ କରିଛି । ସେ ପୂର୍ବରୁ ଆଇସିଆଇସିଆଇ ସିକ୍ୟୁରିଟିରେ ଡେପୁଟି ସିଏଫଓ ଥିଲେ । ଶ୍ରୀଧରଙ୍କ କାର୍ଯ୍ୟକାଳ ମଧ୍ୟରେ ପେଟିଏମ୍ ମନି ବିପୁଳ ଲାଭ କରିଥିଲା । ଏହା ଗ୍ରୋ, ଜେରୋଡା, ଅପଷ୍ଟକ୍ସ ଏବଂ ଆଞ୍ଜେଲ ୱାନ ଭଳି ପ୍ଲାଟଫର୍ମ ସହିତ ପ୍ରତିଦ୍ୱନ୍ଦ୍ୱିତା କରେ । ୱେଲ୍ଥ ଟେକ୍ ପ୍ଲାଟଫର୍ମ ରିପୋର୍ଟ କରିଛି ଯେ, ୨୦୨୩ ଆର୍ôଥକ ବର୍ଷ ପାଇଁ ୧୩୨.୮ କୋଟି ଟଙ୍କା ରାଜସ୍ୱ ଉପରେ ୪୨.୮ କୋଟି ଟଙ୍କା ଲାଭ ହୋଇଛି ।

PayU ସମର୍ôଥତ କମ୍ପାନୀ ଫିସଡମରେ ବ୍ରୋକିଂ ସର୍ଭିସର ସିଇଓ ଭାବରେ କାର୍ଯ୍ୟ କରୁଥିବା ରାକେଶ ସିଂ ଗତ ମାସରେ ପେଟିଏମ୍ ମନିରେ ଯୋଗ ଦେଇଥିବା କୁହାଯାଉଛି ।

Get real time updates directly on you device, subscribe now.