fbpx
BJD SKY
BJD SKY

ପୁଣିଥରେ ରିଲିଜ ହେବ Bahubali: ଏଥର ନୂଆ ଅନ୍ଦାଜରେ ନଜର ଆସିବ ବାହୁବଳୀ

BJD

ନୂଆଦିଲ୍ଲୀ: ଭାରତୀୟ ସିନେମା ଇଣ୍ଡଷ୍ଟ୍ରୀରେ ଅନେକ ରେକର୍ଡ ସୃଷ୍ଟି କରିଛି ‘ବାହୁବଳୀ’ । ସାଉଥ ସିନେମାର ପପୁଲାର ଡାଇରେକ୍ଟର ଏସ.ଏସ ରାଜାମୌଲୀଙ୍କ ଏହି ଚଳଚ୍ଚିତ୍ର ସାରା ଦେଶରେ ଚହଳ ପକାଇଥିଲା । ପ୍ରଭାସ ଏବଂ ରାଣା ଦଗୁବତୀଙ୍କ ଏହି ସୁପରହିଟ ଫିଲ୍ମ ବକ୍ସ ଅଫିସରେ ଅନେକ ରେକର୍ଡ ନିଜ ନାମରେ କରିବାରେ ସଫଳ ହୋଇଛି । ତେବେ ସଫଳତାର ଶିଖର ଛୁଇଁବା ପରେ ବର୍ତ୍ତମାନ ଆଉ ଏକ ନୂଆ ଅନ୍ଦାଜରେ ଆସୁଛି ‘ବାହୁବଳୀ’ । ନୂଆ ଅବତାରରେ ପ୍ରଭାସ, ତମନ୍ନା ଏବଂ ଅନୁଷ୍କା ଦର୍ଶକଙ୍କ ପାଖକୁ ଫେରୁଛନ୍ତି । ବାହୁବଳୀର ଏହି ନୂଆ ରୂପକୁ ଅପେକ୍ଷା କରି ରହିଛନ୍ତି କୋଟି କୋଟି ଦର୍ଶକ ।

ବାହୁବଳୀ ସିନେମା ଦୁଇଟି ପାର୍ଟରେ ମୁକ୍ତିଲାଭ କରିଥିବା ବେଳେ ଉଭୟ ଫିଲ୍ମ ବକ୍ସ ଅଫିସରେ ସୁପରହିଟ ସାବ୍ୟସ୍ତ ହୋଇଥିଲା । ତେବେ ଏହାକୁ ସମ୍ପୂର୍ଣ୍ଣ ଭାବରେ ବିସ୍ତାରରେ ଦର୍ଶକଙ୍କ ପାକାରେ ପହଞ୍ଚାଇବା ପାଇଁ ୱେବ ସିରିଜର ସାହାଯ୍ୟ ନେଇଛନ୍ତି ନିର୍ଦ୍ଦେଶକ ରାଜାମୌଲୀ । ବର୍ତ୍ତମାନ ୱେବ ସିରିଜରେ ବାହୁବଳୀ ସିନେମାର ନୂଆ ଅବତାର ‘ବାହୁବଳୀ- କ୍ରାଉନ୍ ଅଫ୍ ବ୍ଲଡ’ ଦେଖିପାରିବେ ଦର୍ଶକ । ଏହି ସିରିଜର ଲାଟେଷ୍ଟ ଟ୍ରେଲର ରିଲିଜ ହେବା ସହ ୱେବ ସିରିଜର ରିଲିଜ ଡେଟ୍ ମଧ୍ୟ ଘୋଷଣା ହୋଇଯାଇଛି । ଦୀର୍ଘ ଦିନରୁ ବାହୁବଳୀର ଏହି ନୂଆ ଅବତାରକୁ ନେଇ ଚର୍ଚ୍ଚା ଲାଗି ରହିଛି ।

ନିକଟରେ ବାହୁବଳୀର ନିର୍ଦ୍ଦେଶକ ଏସ.ଏସ ରାଜାମୌଲୀ ଏହି ୱେବ ସିରିଜର ପ୍ରଥମ ଝଲକର ଟିଜର ନିଜ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଏହାକୁ ଦେଖିବା ପରେ ବାହୁବଳୀକୁ ନୂଆ ଫର୍ମାଟରେ ଦେଖିବା ପାଇଁ ଦର୍ଶକମାନଙ୍କ ଉତ୍ସାହ ମଧ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ ବାହୁବଳୀ ୱେବ୍ ସିରିଜର ଟ୍ରେଲର ରିଲିଜ୍ ହୋଇଛି। ପ୍ରସିଦ୍ଧ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ୍ ହଟଷ୍ଟାର ଏହାକୁ ଏହାର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ସେୟାର କରିଛି । ଏହା ଏକ ଆନିମେଟେଡ୍ ୱେବ୍ ସିରିଜ୍, ଯେଉଁଥିରେ ବାହୁବଳୀର ଇତିହାସ ବିଷୟରେ ବିସ୍ତୃତ ଭାବରେ ଦର୍ଶାଯାଇଛି । ବାହୁବଳୀ କ୍ରାଉନ୍ ଅଫ୍ ବ୍ଲଡ୍ ୱେବ୍ ସିରିଜ୍ ୧୭ ମଇ ୨୦୨୪ ରେ OTT ପ୍ଲାଟଫର୍ମ ଡିଜନି ପ୍ଲସ୍ ହଟଷ୍ଟାରରେ ଅନଲାଇନରେ ଷ୍ଟ୍ରିମ୍ ହେବ । ବଡ ପରଦା ପରେ, ବାହୁବଳୀ OTTରେ ମଧ୍ୟ ଲୋକପ୍ରିୟ ହୋଇପାରିବ ବୋଲି ଆଶା ରହିଛି ।

Get real time updates directly on you device, subscribe now.