fbpx
BJD SKY
BJD SKY

ଅବ୍ୟବସ୍ଥାର ସାଙ୍ଘାତିକ ଚିତ୍ର; ପ୍ରସୂତି ବେଳେ ପାୱାର୍ କଟ୍, ମୋବାଇଲ ଫ୍ଲାସ୍‌ରେ ହେଲା ଅସ୍ତ୍ରୋପଚାର, ଆଖିବୁଜିଲେ ମା’-ଶିଶୁ

ଅଧା ବାଟରେ ଆମ୍ବୁଲାନ୍ସରୁ ତେଲ ସରିଲା, ଘଣ୍ଟାଏ ପରେ ଆସିଲା ଦ୍ୱିତୀୟ ଆମ୍ବୁଲାନ୍ସ

BJD

ମୁମ୍ବାଇ: ମୁମ୍ବାଇରେ ସ୍ୱାସ୍ଥ୍ୟ ସେବାକୁ ନେଇ ଆସିଲା ଏକ ଆଶ୍ଚର୍ଯ୍ୟଜନକ ଖବର। ପ୍ରସବ ପାଇଁ ମୋବାଇଲ ଟର୍ଚ୍ଚ ଲାଇଟ୍ ବ୍ୟବହାର କରାଯାଇ ଅସ୍ତ୍ରୋପଚାର ପରେ ମହିଳା ଓ ତାଙ୍କ ନବଜାତ ଶିଶୁର ମୃତ୍ୟୁ ଘଟିଛି। ବିଏମ୍ସି ପ୍ରସୂତି ଗୃହରେ ବିଦ୍ୟୁତ୍ କାଟ ଯୋଗୁଁ ଜଣେ ୨୬ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି। ଖାଲି ଏତିକି ନୁହେଁ ବରଂ ଡାକ୍ତରଖାନା ନେଇ ଯାଉଥିବା ଆମ୍ବୁଲାନ୍ସରେ ଅଧାରୁ ତେଲ ସରିଯାଇଥିଲା ବୋଲି କୁହାଯାଉଛି। ଘଣ୍ଟାଏ ପରେ ଆସିଲା ଦ୍ୱିତୀୟ ଆମ୍ବୁଲାନ୍ସ। ଏଭଳି ଖରପ ବ୍ୟବସ୍ଥା ଯୋଗୁଁ ମହିଳା ଜଣକ ଯନ୍ତ୍ରଣା ଭୋଗୁଥିଲେ। ମୃତକଙ୍କ ସ୍ୱାମୀ ଖୁସରୁଦ୍ଦିନ ଅନସାରୀ ମାମଲାରେ ନ୍ୟାୟ ଚାହୁଁଛନ୍ତି। ଖୁସରୁଦ୍ଦିନ କହିଛନ୍ତି ଅଭିଯୋଗ କରିଛନ୍ତି ଯେ “ମୁଁ ୧୧ ମାସ ତଳେ ବିବାହ କରିଥିବା ବେଳେ ତାଙ୍କର ଗୋଟିଏ ଗୋଡ଼ ଅକ୍ଷମ ରହିଛି।

ମୁଁ ଅଳ୍ପ ଟଙ୍କା ରୋଜଗାର କରେ, ମୁଁ ପଙ୍ଗୁ, ମୁଁ ବହୁତ କଷ୍ଟରେ ବିବାହ କରିଥିଲି, ମୋ ଜୀବନ ନଷ୍ଟ ହୋଇଗଲା । ନ୍ୟାୟ ଦରକାର। ପିଲାର ମୃତ୍ୟୁ ପରେ ଅପରେସନ ଥିଏଟରରେ ମୋବାଇଲର ଟର୍ଚ୍ଚରେ ପ୍ରସବ କରାଯାଇଥିଲା। ୩ ଘଣ୍ଟା ଧରି ବିଜୁଳି ଆସିନଥିଲା ମୋବାଇଲ ଟର୍ଚ୍ଚରେ ଡେଲିଭରି କରାଯାଇଥିଲା। ପିଲାଟି ମରିଗଲା, ଆମେ କାନ୍ଦିଲୁ, ଡାକ୍ତର କହିଲେ ମା’ ବଞ୍ଚିବ। ସିଓନ ହସ୍ପିଟାଲକୁ ରେଫର କରାଯାଇଥିଲା, କିନ୍ତୁ ସେତେବେଳକୁ ସବୁ ସରି ଯାଇଥିଲା। ସେଠାରେ ଅକ୍ସିଜେନ ସୁବିଧା ନଥିଲା।” ପରିବାର ଲୋକେ ନ୍ୟାୟ ଦାବିରେ ଦୁଇ ଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି, ଯାହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Get real time updates directly on you device, subscribe now.