fbpx

ଝରାଫୁଲ ମାମଲାରେ ସ୍କୁଟର ଜବତ

ଭୁବନେଶ୍ୱର,୪ ।୨(ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଜାରି ରହିଛି । ଏହାରି ମଧ୍ୟରେ ଭୁବନେଶ୍ୱର ସୁନ୍ଦରପଦାରୁ ସ୍କୁଟରକୁ ଜବତ କରିଛି ଯାଜପୁର ପୋଲିସ । ଜବତ ହୋଇଥିବା ସ୍କୁଟରରେ ଝରାଫୁଲକୁ ନେଇ ଯାଇଥିଲା ଅଭିଯୁକ୍ତ ରାକେଶ ସ୍ୱାଇଁ । ସିସିଟିଭିରୁ ଝରାଫୁଲଙ୍କୁ ନେବା ଆଣିବାର ଦୃଶ୍ୟ କଏଦ ହୋଇଥିଲା । ସ୍କୁଟରରେ ଅଭିଯୁକ୍ତ ରାକେଶ ଓ ତାର ସହଯୋଗି ଝରାଫୁଲଙ୍କୁ ନେଇଥିଲେ । ଅନ୍ୟପଟେ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ରିମାଣ୍ଡରେ ତଦନ୍ତ ଜାରି ରଖିଛି କୁଆଖିଆ ପୋଲିସ ।

ତେବେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ମୃତଦେହ ଯାଜପୁର ଜିଲ୍ଲା କୁଆଖିଆ ମୂଳାପାଳ ଛକ ନିକଟ ଦିଆଲଖଣ୍ଡ ମୌଜାର ରାସ୍ତାକଡ଼ରୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା । ସେମାନେ ମୃତଦେହକୁ ସ୍କୁଟରରେ ଆଣି ଫିଙ୍ଗିଥିବା ପୋଲିସ ସୂଚନା ଦେଇଥିଲା । ରାକେଶ ସ୍ୱାଇଁ ନାମକ ଜଣେ ଯୁବକଙ୍କ ସହ ତାଙ୍କ ଝିଅର ପ୍ରେମ ସମ୍ପର୍କ ଥିବା ଝରାଫୁଲଙ୍କ ବାପା ଗଣମାଧ୍ୟମକୁ ସୂଚନା ଦେଇଥିଲେ । ତେବେ ରାକେଶଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରାଯିବା ପରେ ପୋଲିସକୁ କିଛି ତଥ୍ୟ ମିଳିପାରେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.