fbpx
BJD SKY
BJD SKY

ଖରାଦିନେ Electric Bill କମ୍ କରିବାର ୫ଟି ସରଳ ଉପାୟ: ବିଲ୍ ଆମାଉଣ୍ଟ ହୋଇଯିବ ଅଧା

BJD

ଓଡ଼ିଶା ଭାସ୍କର: ବର୍ତ୍ତମାନ ଅଧିକାଂଶ ଲୋକଙ୍କ ଘରେ ବିଭିନ୍ନ ଇଲେକ୍ଟ୍ରୋନିକ ଜିନିଷ ବ୍ୟବହାର କରାଯାଉଥିବାରୁ ବିଜୁଳି ବିଲ୍ ମଧ୍ୟ ଅଧିକ ଆସୁଛି । ୱାସିଙ୍ଗ ମେସିନ୍, ମାଇକ୍ରୋୱେଭ, ଓଭନ୍, ଫ୍ରିଜ ଏବଂ ଟିଭି ଇତ୍ୟାଦି ଗ୍ୟାଜେଟ ପାଇଁ ଇଲେକ୍ଟ୍ରିକ ବିଲ ହୁ ହୁ ହୋଇ ବଢୁଛି । ଯାହା ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ଉପରେ ପରିଲକ୍ଷିତ ହେଉଛି । କିନ୍ତୁ ଏହି ବିଲ୍ କମ୍ କରିବା ପାଇଁ ମଧ୍ୟ କିଛି ସରଳ ଉପାୟ ରହିଛି । ଏହି ଛୋଟ ଛୋଟ କଥା ଉପରେ ଧ୍ୟାନ ରଖିଲେ ବିଜୁଳି ବିଲ୍ରେ ହେଉଥିବା ଖର୍ଚ୍ଚକୁ ଆପଣ ମଧ୍ୟ ଅଧା କରିପାରିବେ ।

ସାଧାରଣତଃ ପୁରୁଣା ଉପକରଣ ସବୁ ଅଧିକ ବିଦ୍ୟୁତ୍ ଖର୍ଚ୍ଚ କରନ୍ତି, ଯାହାଦ୍ୱାରା ଆପଣଙ୍କ ମାସିକ ବିଦ୍ୟୁତ୍ ବିଲ୍ ବୃଦ୍ଧି ହୋଇଥାଏ । ବର୍ତ୍ତମାନ ଏନର୍ଜି ଏଫିସିଏଣ୍ଟ ୫ ତାରକା ଉପକରଣ ବଜାରରେ ଉପଲବ୍ଧ ହେଉଛି । ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣ ବିଦ୍ୟୁତ୍ ସଞ୍ଚୟ କରିବାରେ ସାହାଯ୍ୟ କରିପାରିବ ।

ଆସନ୍ତୁ ଜାଣିବା ବିଜୁଳି ବିଲ୍ ରୋକିବାର ୫ଟି ଟିପ୍ସ

ଷ୍ଟାର ରେଟେଡ ରେଫ୍ରିଜିରେଟରରେ ଅପଗ୍ରେଡ କରି ଆପଣ ବିଜୁଳି ଖର୍ଚ୍ଚକୁ ପ୍ରାୟ ୪୦% ପର୍ଯ୍ୟନ୍ତ କମ୍ କରିପାରିବେ । ଏହାବ୍ୟତୀତ ୫-ଷ୍ଟାର ଏସି କନେକ୍ସନ କରି ବିଜୁଳି ବିଲ୍ ୩୦% କମ୍ କରିହେବ ।

ସ୍ୱିଚ୍ ଅଫ୍ କରିବା ନିାହାତି ଆବଶ୍ୟକ: କୌଣସି ରୁମ୍ ଭିତରୁ ବାହାରକୁ ବାହାରିବା ପରେ ଲାଇଟ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ବନ୍ଦ କରିବାକୁ ଭୁଲନ୍ତୁ ନାହିଁ । ସେହିପରି କାମ ନଥିବା ବେଳେ ଫୋନ୍ ଚାର୍ଜର, ଲାପଟପ୍ ଭଳି ଛୋଟ ଡିଭାଇସରେ ମଧ୍ୟ ସ୍ୱିଚ ବନ୍ଦ ରଖନ୍ତୁ ।

ବଲବ୍ ପରିବର୍ତ୍ତନ କରନ୍ତୁ: ଟ୍ରାଡିସନାଲ ବଲବ୍ ଅପେକ୍ଷା ଅଧିକ ବିଜୁଳି ବଞ୍ଚାଇଥାଏ ଏଲଇଡି ଲାଇଟ ବଲବ୍ । ଏହା କମ୍ ବିଜୁଳି ବ୍ୟବହାର କରିବା ସହ ଅଧିକ ଲମ୍ବା ସମୟ ପର୍ଯ୍ୟନ୍ତ ଜାରି ରହିଥାଏ ।

ଚାର୍ଜର, ପିସି ଅଫ୍ କରନ୍ତୁ: କମ୍ପ୍ୟୁଟରରେ କାମ କରିବା ପରେ ସର୍ବଦା ଏହାର ପାୱାର ସ୍ୱିଚ୍ ଅଫ୍ କରନ୍ତୁ । ଏହାବ୍ୟତୀତ ମୋବାଇଲ ଚାର୍ଜରକୁ ଅନ୍ କରି ଛାଡ଼ି ଦେବା ଦ୍ୱାରା ଅଧିକ ବିଜୁଳି ଖର୍ଚ୍ଚ ହୋଇଥାଏ । ସେହିପରି ଟିଭିକୁ ମଧ୍ୟ ଷ୍ଟାଣ୍ଡବାଏ ମୋଡରେ ରଖିବା ଉଚିତ୍ ନୁହେଁ ।

ଏସି ସେଟିଙ୍ଗ: ଆଗକୁ ଖରାଦିନ ଆସିଛି, ତେଣୁ ଏସିର ବ୍ୟବହାର ମଧ୍ୟ ବୃଦ୍ଧି ପାଇବା ନିଶ୍ଚିତ । ତେବେ ବିଜୁଳି ବିଲ୍ ରକ୍ଷା କରିବା ପାଇଁ ଏକ ସହଜ ଉପାୟ ଗ୍ରହଣ କରିପାରିବେ ଆପଣ । ତେବେ ଧ୍ୟାନ ରଖନ୍ତୁ ଏସିକୁ ୨୪ ଡିଗ୍ରୀ ସେଲସିୟସରେ ଚଳାନ୍ତୁ । ଏହାଦ୍ୱାରା ଏସି ବେଳେବେଳେ ବନ୍ଦ ହୋଇପାରିବ ।

Get real time updates directly on you device, subscribe now.