fbpx

ଝିଅ ବାହାଘରରେ ମିଳିବ ୫୬ ହଜାର ଟଙ୍କା: ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା

ବୁରହାନପୁର: କନ୍ୟା ବିଭାଘର ଉତ୍ସବରେ ଏଣିକି ଦିଆଯିବ ୫୬ ହଜାର ଟଙ୍କା । ଏ ନେଇ ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । କନ୍ୟା ବିବାହ ଯୋଜନାରେ ଏମିତି ଏକ ବଡ ପରିବର୍ତ୍ତନ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ବିବାହ କାର୍ଯ୍ୟକ୍ରମରେ କନ୍ୟାମାନଙ୍କୁ କୌଣସି ଉପହାର ଜିନିଷ ପରିବର୍ତ୍ତେ ୫୬ ହଜାର ଟଙ୍କାର ଚେକ୍ ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନା ଅନୁଯାୟୀ ଏଭଳି ଏକ ନିୟମ ଲାଗୁ ହୋଇଛି ମଧ୍ୟପ୍ରଦେଶ ରାଜ୍ୟରେ । କନ୍ୟା ବିବାହ ଯୋଜନାରେ ଜିନିଷ ନ ଦେଇ ୫୬ ହଜାର ଟଙ୍କାର ଚେକ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ଘୋଷଣା କରିଛନ୍ତି । ବିଭାଘର ଉତ୍ସବରେ କନ୍ୟା ମାନଙ୍କୁ ଦିଆଯାଉଥିବା ଜିନିଷରେ ଦୁର୍ନୀତି ହେଉଥିବା ଅଭିଯୋଗ ହେବାରୁ ଏମିତି ଏକ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପୂର୍ବତନ ସାଂସଦ ସ୍ୱର୍ଗତ ନନ୍ଦକୁମାର ସିଂ ଚୌହାନଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୌଣସି ଝିଅର ବିବାହରେ ଏଣିକି ଜିନିଷ ଉପହାର ଦିଆଯିବ ନାହିଁ । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ୫୬ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯିବ । ରାଜ୍ୟରେ ବର୍ତ୍ତମାନ କନ୍ୟା ସନ୍ତାନ ବୋଝ ହୋଇ ନାହାନ୍ତି । ରାଜ୍ୟ ସରକାରଙ୍କ ଲାଡଲି ବେହେନା ଯୋଜନା ଯୁବତୀମାନଙ୍କୁ ନୂଆ ଦିଗ ଦେବ ବୋଲି କହିଛନ୍ତି ଶିବରାଜ ସିଂ ଚୌହାନ । ତେବେ ୨.୫ଲକ୍ଷରୁ କମ୍ ରୋଜଗାର ଏବଂ ୫ ଏକରରୁ କମ୍ ଜମି ଥିବ, ସେମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ । ତେବେ ଏଥିପାଇଁ କୌଣସି ପ୍ରମାଣ ପତ୍ରର ଆବଶ୍ୟକ ପଡିବ ନାହିଁ ।

Get real time updates directly on you device, subscribe now.