fbpx

ଘରେ ସବୁବେଳେ କଳହ ଲାଗି ରହୁଛି କି ? ଏହା ପଛରେ ଥାଇପାରେ ବାସ୍ତୁଦୋଷ, ଜାଣନ୍ତୁ ବର୍ତ୍ତିବାର ଉପାୟ

ଘରେ ବାସ୍ତୁଦୋଷ ଥିଲେ କଳହ ଲାଗି ରହେ ବୋଲି ବାସ୍ତୁଶାସ୍ତ୍ର କହୁଛି । ଘରର ଉନ୍ନତି ପଥରେ ବାରମ୍ବାର ବାଧା ଉପୁଜିବା ସହ ରୋଜଗାର ତୁଳନାରେ ଖର୍ଚ୍ଚ ବଢିଯାଏ, ରୋଗବ୍ୟାଧି ଲାଗି ରହେ ଇତ୍ୟାଦି। ତେଣୁ କ’ଣ କଲେ ଏସବୁରୁ ମୁକ୍ତି ପାଇହେବ ଜାଣନ୍ତୁ ସେ ସମ୍ପର୍କରେ…

– ଘରର ମୁଖ୍ୟ ଦ୍ୱାରକୁ ସର୍ବଦା ସଫାସୁତୁରା ରଖିବା ସହ ଏଠାରେ କେମିତି ଭଲ ଆଲୋକ ପଡିପାରିବ ସେ ବ୍ୟବସ୍ଥା କରିବା ଦରକାର।

– ରୋଷେଇ ଘରକୁ ସଫା ରଖିବା ସହ ତିଆରି କରାଯାଇଥିବା ପ୍ରଥମ ରୁଟିକୁ ଗୋମାତାଙ୍କୁ ଦେବା ପାଇଁ କାଢିଦେବା ଶୁଭ ହୋଇଥାଏ।

– ସପ୍ତାହକୁ ଥରେ ହେଉନା କାହିଁକି ଘରେ ଗୁଗୁଳ ଧୂଆଁ ଦେବା ଦ୍ୱାରା ଘରୁ ନକାରାତ୍ମକ ଉର୍ଜ୍ଜା ଦୂର ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

– ଗୃହରେ କେବେବି ଗୋଟିଏ ରେଖାରେ ତିନୋଟି କବାଟ ରହିବା ଉଚିତ୍‌ ନୁହେଁ।

– ଘରେ କେବେ ବି କୌଣସି ଭଙ୍ଗାରୁଜା ଜିନିଷ କିମ୍ବା ଅଳିଆ ଆବର୍ଜନାକୁ ଗଦେଇକରି ରଖିବା ଠିକ୍‌ ନୁହେଁ। ଏହାର କୁପ୍ରଭାବ ମଧ୍ୟ ଘରର ସୁଖଶାନ୍ତି ଉପରେ ପଡିଥାଏ।

– ଯେଉଁ ଫର୍ଣିଚର୍‌ର କୋଣଗୁଡ଼ିକ ଗୋଲାକାର ଆକୃତିର ହୋଇଥିବ ସେହି ଫର୍ଣ୍ଣିଚର୍‌କୁ ଘରେ ପକାଇବା ଶୁଭ ହୋଇଥାଏ।

– ସେହିପରି ଧ୍ୟାନଦେବେ ଘରେ ଲାଗିଥିବା କୌଣସି ଟ୍ୟାପ୍‌ରୁ ଯେମିତି ପାଣି ଲିକ୍‌ କରୁନଥିବ ଏବଂ ଜଳ ନିଷ୍କାସନର ବ୍ୟବସ୍ଥା ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ହୋଇଥିବ।

– ବାଥ୍‌ରୁମ୍‌କୁ ସର୍ବଦା ସଫା ରଖିବା ସହ, ଧ୍ୟାନଦେବେ ଏଠାରୁ ଯେମିତି ଦୁର୍ଗନ୍ଧ ବାହାରୁ ନଥିବ।

– ଘରର ପୂର୍ବ ଦିଗରେ କିମ୍ବା ପୂଜା ସ୍ଥାନରେ ତୁଳସୀ ଗଛ ରହିବାକୁ ମଧ୍ୟ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ।

Get real time updates directly on you device, subscribe now.