fbpx

ATK ମୋହନ ବାଗାନ୍ ପୁଣି ISL ଚମ୍ପିଆନ: ରୋମାଞ୍ଚକର ଫାଇନାଲରେ ପେନାଲ୍ଟି ସୁଟଆଉଟ୍‌ରେ ହାରିଲା ବେଙ୍ଗାଲୁରୁ ଏଫସି

ଗୋଆ: ପ୍ରାୟ ୬ ମାସର ଜବରଦସ୍ତ ଆକ୍ସନ ପରେ ଇଣ୍ଡିଆନ୍ ସୁପର ଲିଗ୍ ରୋମାଞ୍ଚକର ଫାଇନାଲ ମ୍ୟାଚ ସହିତ ଶେଷ ହୋଇଛି। ଗୋଆର ଫାଟୋରଡା ଷ୍ଟାଡିୟମରେ ଅନୁଷ୍ଠିତ ଟୁର୍ନାମେଣ୍ଟର ନବମ ସିଜିନର ଫାଇନାଲରେ ଏଟିଏକ ମୋହନ ବାଗାନ ଏବଂ ବେଙ୍ଗାଲୁରୁ ଏଫସି ମଧ୍ୟରେ ଖେଳାଯାଇଥିଲା। ମ୍ୟାଚର ଶେଷ ମିନିଟ ସୁଦ୍ଧା ଦୁଇ ଦଳର ଗୋଲ ସ୍କୋର ୨-୨ ସମାନ ରହିଥିଲା। ତେଣୁ ପେନାଲ୍ଟି ସୁଟ-ଆଉଟ୍ ର ସାହାଯ୍ୟ ନିଆଯାଇଥିଲା। ଯେଉଁଥିରେ ମୋହନ ବାଗାନ୍ ୪-୩ ଗାଲରେ ବେଙ୍ଗାଲୁରୁ ଏଫସିକୁ ମାତ ଦେଇ ଟାଇଟଲ୍ ଜିତିଥିଲେ। ଏହି ବିଜୟ ସହିତ ଏଟିଏକ ମୋହନ ବାଗାନ ପ୍ରଥମ ଥର ପାଇଁ ISL ଟାଇଟଲ୍ ଜିତିଛି। ପୂର୍ବରୁ ଆଟଲେଟିକୋ ଡି କୋଲକାତା(ATK) ତିନି ଥର ISL ଚମ୍ପିଆନ ହୋଇଥିଲ।

Get real time updates directly on you device, subscribe now.