fbpx

୫ଜି ନାମରେ ହେଉଛି ଠକେଇ! ଟିକିଏ ଅସାବଧାନତା ଯୋଗୁଁ ଖାଲି ହେଉଛି ଆକାଉଣ୍ଟ

ନୂଆଦିଲ୍ଲୀ: ଚଳିତ ମାସରେ ଭାରତରେ ୫ଜି ସେବା ଆରମ୍ଭ ହେବା ପରେ ଟେଲିକମ୍ କମ୍ପାନୀଗୁଡିକ ଦ୍ୱାରା ୫ଜି ରୋଲଆଉଟ୍ ଆରମ୍ଭ ହୋଇଛି । ଭାରତ ଏୟାରଟେଲ ଏବଂ ରିଲାଏନ୍ସ ଜିଓ ଉଭୟ କିଛି ବଛା ବଛା ସହରରେ ୫ଜି ରୋଲଆଉଟ୍ ଆରମ୍ଭ କରିଛନ୍ତି । ଅନେକ ୟୁଜର୍ସଙ୍କୁ ୫ଜି ଆକ୍ଟିଭେସନ୍ ନାମରେ ଠକାମୀର ଶିକାର କରାଯାଉଛି ଏବଂ ସେମାନଙ୍କ ଆକାଉଣ୍ଟ ଖାଲି ହେଉଛି ।

ଅନେକ ସହରରେ ପୋଲିସ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ଏବଂ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କୁ ସତର୍କ ରହିବାକୁ କୁହାଯାଇଛି । ଯଦି କେହି ଆପଣଙ୍କୁ ୫ଜି ଆକ୍ଟିଭେସନ୍ ବିଷୟରେ କହି ସୂଚନା ମାଗୁଛନ୍ତି, ତେବେ ସତର୍କ ହୋଇଯାଆନ୍ତୁ ଏବଂ ସୂଚନା ଦେବାରେ ଭୁଲ୍ କରନ୍ତୁ ନାହିଁ ।

ହାଇଦ୍ରାବାଦ ପୋଲିସ ଟ୍ୱିଟରରେ ଲେଖିଛି ଯେ, “ସାଇବର ଠକମାନେ ୫ଜି ନାମରେ ଲିଙ୍କ ପଠାଉଛନ୍ତି । ଯଦି ଆପଣ ଏହି ଲିଙ୍କ ଖୋଲନ୍ତି ତେବେ ଆପଣଙ୍କ ଫୋନ୍ ହ୍ୟାକ୍ ହେବାର ଆଶଙ୍କା ରହିଛି । ଯଦି ଆପଣ ସତର୍କ ନରୁହନ୍ତି, ତେବେ ଆପଣଙ୍କ ଆକାଉଣ୍ଟ ଖାଲି ହେବାର ସମ୍ଭାବନା ରହିଛିି । ସିମକୁ ୪ଜି ସିମରୁ ୫ଜିରେ ଅପଗ୍ରେଡ୍ କରାଯିବା ଉଚିତ ବୋଲି କହି ସେମାନେ ଆକାଉଣ୍ଟ ଖାଲି କରୁଛନ୍ତି ।’

Get real time updates directly on you device, subscribe now.