fbpx

ରାଜ୍ୟରେ ଆଉ ୫କରୋନା ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୯୪

ଭୁବନେଶ୍ୱର, ୯ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୪କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର । ଗଞ୍ଜାମ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୮୯କୁ ବୃଦ୍ଧି ପାଇଛି । ସମସ୍ତ ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ ବୟସ ଯଥାକ୍ରମେ ୩୯, ୪୯, ୧୬, ୪୮ ଓ ୪୫ବର୍ଷ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୪ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬୮ଜଣ ସୁସ୍ଥ ହୋଇଛନ୍ତି ଓ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଓଡ଼ିଶାରେ କରୋନାରେ ୨୨୪ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି ।

Get real time updates directly on you device, subscribe now.