fbpx

ମହାସଂକ୍ରମଣ ପୂର୍ବରୁ ପ୍ରବାସୀମାନେ ଓଡ଼ିଶାକୁ ଫେରିବା ଅପେକ୍ଷାକୃତ ଭଲ : ବାଗଚୀ

ଭୁବନେଶ୍ୱର, ୯ା୫(ଓଡ଼ିଶା ଭାସ୍କର): କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ କରୋନା ଲଢ଼େଇର ଏହି ପର୍ଯ୍ୟାୟରେ ବହୁ ଓଡ଼ିଆ ବାହାରୁ ଫେରୁଛନ୍ତି । ସର୍ବଭାରତୀୟ ସ୍ତରରେ ପ୍ରବାସୀ ହେଉଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୨୦କୋଟି ଅଛି । ଏମାନଙ୍କ ମଧ୍ୟରୁ ୯୨% ଅଣସଂଗଠିତ କ୍ଷେତ୍ରରେ କାମ କରନ୍ତି । ଆକଳନ ଅନୁସାରେ ୧୨ଲକ୍ଷ ଓଡ଼ିଆ କାମ ପାଇଁ ବାହାରକୁ ଯାଆନ୍ତି । ଅନ୍ୟ ରାଜ୍ୟର ୮ଲକ୍ଷରୁ ଅଧିକ ମଧ୍ୟ କାମ ପାଇଁ ଓଡ଼ିଶାକୁ ଆସନ୍ତି । ଭାରତରେ କର୍ମନିଯୁକ୍ତି ପାଇଁ ସବୁ ଜାଗାରୁ ଅନ୍ୟ ଜାଗାକୁ ଲୋକ ଯାଆନ୍ତି । ଦେଶରେ ୨୫ମାର୍ଚ୍ଚରୁ ତାଲାବନ୍ଦ ଘୋଷଣା ହୋଇଥିଲା । ଘରକୁ ଫେରିବା ପାଇଁ ପ୍ରତି ଲୋକର ଆଇନଗତ ଅଧିକାର ଅଛି । ନିଜ ଇଚ୍ଛାରେ ଘରକୁ ଫେରିବାର ବ୍ୟକ୍ତିଗତ ସ୍ୱାଧୀନତାକୁ ଅସ୍ୱୀକାର କରିହେବନି । ମହାସଂକ୍ରମଣ ପୂର୍ବରୁ ପ୍ରବାସୀମାନେ ଓଡ଼ିଶାକୁ ଫେରିବା ଅପେକ୍ଷାକୃତ ଭଲ ବୋଲି ବାଗଚୀ କହିଛନ୍ତି । ଏହାସହ କରୋନା ମୁକାବିଲା ପାଇଁ ମିଶନ ଶକ୍ତିର ମା ମାନେ ପ୍ରାୟ ୪୦ଲକ୍ଷ ମାସ୍କ ତିଆରି କରିଛନ୍ତି । ମିଶନ ଶକ୍ତି ମା ମାନେ ପ୍ରାୟ ଦେଢ଼ କୋଟି ମିଲ୍ ମଧ୍ୟ ପ୍ରସ୍ତୁତ କରିଛନ୍ତିି ।
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯ହଜାର ୬୬୨କୁ ବୃଦ୍ଧି ପାଇଥିବା ବେଳେ ୧୭ହଜାର ୮୪୭ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୯୮୧ ଥିବା ବେଳେ ୩୯ହଜାର ୮୩୪ଜଣ ଚିକିତ୍ସାଧୀନ ଅଛନ୍ତି । ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୯ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬୮ଜଣ ସୁସ୍ଥ ହୋଇଛନ୍ତି ଓ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଓଡ଼ିଶାରେ କରୋନାରେ ୨୧୯ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି ।

Get real time updates directly on you device, subscribe now.