fbpx

କେଶକୁ ମୋଟା କରିବାକୁ ଚାହୁଁଛନ୍ତି କି?

ଆଜି ଆମେ ଆଲୋଚନା କରିବା କିପରି ଆମେ ଘରୋଇ ଉପାୟରେ ଆମ କେଶକୁ ମୋଟା କରିପାରିବା ।
ପ୍ରଥମେ ଆମେ ଆମର କେଶକୁ ଟିକିଏ ଓଦା କରି ସେଥିରେ ଦୁଇଟା ଅଣ୍ଡାକୁ ଭଲସେ ଫ୍ୟାଣ୍ଟି ଲଗାଇ ଅଧଘଣ୍ଟାରୁ ୪୫ମିନିଟ ରଖିବା ତାପରେ ଉଷୂମ ପାଣି ଓ ସ୍ୟାମ୍ପୁର ବ୍ୟବହାରରେ କେଶକୁ ଧୋଇଦେବା ।ଏହା କରିଲେ ଆମ କେଶ ବହୁତ କମ ଦିନରେ ମୋଟା ହୋଇଯାଇଥାଏ । ଏହି ଉପାୟଟା ଆମକୁ ଗୋଟେ ସପ୍ତାହରେ ଗୋଟିଏ ଥର ହି କରିବା ଉଚିତ୍ । ନହେଲେ ଆମେ ଅଲିଭ୍ ଅଏଲ ନହେଲେ ନଡ଼ିଆ ତେଲ ଓ ମହୁର ବ୍ୟବହାରେ ମଧ୍ୟ ଆମ କେଶକୁ ମୋଟା କରିପାରିବା । ସେଥିପାଇଁ କି ଆମକୁ ଗୋଟିଏ କପ୍ ରେ ଅଲିଭ୍ ଅଏଲ କିମ୍ବା ନଡ଼ିଆ ତେଲ ନେବାର ଅଛି ସେଥିରେ ଗୋଟିଏରୁ ଦୁଇଟା ବଡ଼ ଚାମଚ ମହୂ ମିଶାଇକି ଗୋଟେ ଭଲ ମିଶ୍ରଣ ତିଆରି କରିବା । ସେହି ମିଶ୍ରଣ କୁ ଆମେ କେଶରେ ଲଗାଇ ଅଧଘଣ୍ଟା ଯାଏଁ ରଖିବା ତାପରେ ସଫା ପାଣିରେ ଧୋଇଦେବା ଏବଂ ସ୍ୟାମ୍ପୁ ଲଗାଇ ଧୋଇବା । ତାହେଲେ ଆମ କେଶ କମ୍ ଦିନରେ ମୋଟା ହୋଇଯାଇଥାଏ । ଏହି ଉପାୟ ଆମେ ସପ୍ତାହରେ ଥରେ କିମ୍ବା ଦୁଇଥର କରିପାରିବା । ନହେଲେ ଆମେ ମେଥି ମଞ୍ଜି ବ୍ୟବହାର କରି ମଧ୍ୟ ଆମ କେଶ ମୋଟା କରିପାରିବା । ସେଥିପାଇଁ କି ଆମକୁ ଗୋଟେ ରାତି ଆଗରୁ ମେଥି ମଞ୍ଚିକୁ ପାଣିରେ ଭିଜାଇକି ରଖିବା । ମେଥି ମଞ୍ଚିକୁ ପାଣିରେ ଭିଜେଇ ରଖିବା ପରେ ତାପର ଦିନ ସକାଳେ ତାକୁ ଆମେ ଭଲସେ ବାଟିକି ଗୋଟିଏ ଭଲ ପେଷ୍ଟ ପ୍ରସ୍ତୁତ କରିବା । ଏହି ପେଷ୍ଟରେ ଗୋଟିଏରୁ ଦୁଇଟା ଛୋଟ ଚାମଚ ନଡ଼ିଆ ତେଲ ଓ କ୍ଷୀରକୁ ମିଶାଇକି ଗୋଟିଏ ଭଲ ମିଶ୍ରଣ ତିଆରି କରିବା । ଏହି ମିଶ୍ରଣକୁ ଆମେ ଆମ କେଶରେ ଲଗାଇ ଏକ ଘଣ୍ଟାଯାଏଁ ରଖିବା ତାପରେ ୟାକୁ ଅଳ୍ପ ଉଷୂମ ପାଣି ଏବଂ ସ୍ୟାମ୍ପୁ ବ୍ୟବହାରରେ ଆମେ ଯଦି ଧୋଇଦେବା ତାହେଲେ ମଧ୍ୟ ଆମ କେଶ ବହୁତ କମ୍ ଦିନରେ ମୋଟା ହୋଇଯିବ । କିନ୍ତୁ ଏହି ଉପାୟ ଶୀତ ଦିନରେ କରିବା ନାହିଁ । ଶୀତ ଦିନରେ କରିଲେ ଆମର ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଯେହେତୁ ମେଥି ଆମକୁ ଥଣ୍ଡା ରଖେ ଏବଂ ଆମ ମୁଣ୍ଡ ଥଣ୍ଡା ହୋଇଯାଇପାରେ । ତେଣୁ ଆମେ ଏହି ଉପାୟ କେବଳ ଗରମ ଦିନରେ ବ୍ୟବହାର କରିପାରିବା ।

Get real time updates directly on you device, subscribe now.