fbpx

ଲକ୍-ଡାଉନରେ ୧ ଟଙ୍କାରେ ଇଟିଲି ବିକୁଛନ୍ତି ୮୫ ବର୍ଷର ମାଉସୀ

ଲକ୍-ଡାଉନରେ ବହୁ ଜିନିଷର ମୂଲ୍ୟ ବଢିଥିବା ଦେଖିବାକୁ ମିଳୁଛି । ଗୋଟିଏ ପଟେ ଦର ଆକାଶଛୁଆଁ ହେବାରେ ଲାଗିଥିବା ବେଳେ ଅନ୍ୟପଟେ ତାମିଲନାଡୁ କୋୟମ୍ବଟୁରରେ ଜଣେ ୮୫ ବର୍ଷ୍ରୀୟା ମାଉସୀ ୧ ଟଙ୍କାରେ ଇଟିିଲି ବିକ୍ରି କରୁଛନ୍ତି । ମହିଳାଙ୍କ ନାମ କମଳାନାଥ ହୋଇଥିବା ବେଳେ ସେ ଗତ ୩୦ ବର୍ଷ ହେବ ୧ ଟଙ୍କାରେ ଇଟିଲି ବିକ୍ରି କରୁଛନ୍ତି । ଏକ ଆଲୋଚନାରେ ସେ କହିଥିଲେ ଯେ, ଲକ୍-ଡାଉନ୍ ଯୋଗୁଁ ପରିସ୍ଥିତି ବହୁ ବିଗିଢି ଯାଇଛି । କିନ୍ତୁ ମୁଁ ୧ ଟଙ୍କାରେ ଇଟିଲି ଦେବାର ପ୍ରୟାସକୁ ଜାରି ରଖିଛି । କରୋନା ଯୋଗୁଁ ଏଠାରେ ବହୁ ଶ୍ରମିକ ଫସିରହିଛନ୍ତି । ଏଥିପାଇଁ ଏବେ ବହୁ ଲୋକଙ୍କ ପାଇଁ ଖାଇବା ପ୍ରସ୍ତୁତ କରୁଛି । କେହି ଯେପରି ଭୋକିଲା ନରହୁ, ସେଥିପାଇଁ ସମସ୍ତ ଚେଷ୍ଟା କରୁଛି ।’ତେବେ ଗତବର୍ଷ ମଧ୍ୟ ୧ ଟଙ୍କା ଇଟିଲି ବିକ୍ରି କରୁଥିବା ମାଉସୀଙ୍କ କାହାଣି ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ।

Get real time updates directly on you device, subscribe now.