fbpx
BJD SKY
BJD SKY

୫ ବର୍ଷର ଶିଶୁ ହାଇକୋର୍ଟରେ ଦାଖଲ କଲା ଜନହିତ ଯାଚିକା, କ’ଣ ରହିଛି ଏହି ଶିଶୁର ଅଭିଯୋଗ ଜାଣନ୍ତୁ

BJD

କାନପୁର: ଏଠିକାର ଏକ ଛୋଟ ଶିଶୁ ଆହ୍ଲାବାଦ ହାଇକୋର୍ଟ ବିଚାରପତିଙ୍କ ସାମ୍ନାରେ ଏପରି ଗୁହାରୀ ନେଇ ପହଞ୍ଚିଛି ଯାହାକୁ ନେଇ ସର୍ବତ୍ର ଚର୍ଚ୍ଚା ଜୋର ଧରିଛି । ୫ ବର୍ଷର ଏହି ଶିଶୁ ହାଇକୋର୍ଟରେ ଆବେଦନ କରିଛି କି ତାଙ୍କ ସ୍କୁଲ ପାଖରେ ଏକ ମଦ ଦୋକାନ ରହିଛି । ତେଣୁ ପ୍ରତିଦିନ ସେଠାରେ ମଦୁଆଙ୍କ ଆଡ୍‌ଡା ଜମୁଛି । ଫଳରେ ପିଲାଙ୍କ ପାଠପଢା ପ୍ରଭାବିତ ହେଉଛି । ଏହି ଯାଚିକା ଉପରେ ହାଇକୋର୍ଟ ଶୁଣାଣୀ କରି ଉତ୍ତରପ୍ରଦେଶ ସରକାରଙ୍କ ଠାରୁ ୩ ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି ।

କାନପୁରର ଏକ ସ୍କୁଲରେ ଏଲକେଜି ପଢୁଥିବା ୫ ବର୍ଷର ଛାତ୍ର ଅଥର୍ବ ନିଜ ପରିବାର ଲୋକଙ୍‌କ ସହାୟତାରେ କୋର୍ଟରେ ଜନହିତ ଯାଚିକା ଦାଖଲ କରିଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି କି ତାଙ୍କ ସ୍କୁଲ ନିକଟରେ ମଦ ଦୋକାନ ରହିଛି । ଫଳରେ ପ୍ରତିଦିନ ସକାଳୁ ସେଠାରେ ମଦୁଆଙ୍କ ଭିଡ ଜମୁଛି । ଫଳରେ ସେମାନଙ୍କ ପାଠପଢା ବହୁତ ପ୍ରଭାବିତ ହେଉଛି । ଏହି ମାମଲାର ଶୁଣାଣୀ କରି ହାଇକୋର୍ଟ ସରକାରଙ୍କ ପ୍ରଶ୍ନ କରିଛନ୍ତି କି ଏହି ମଦଦୋକାନର ନବୀକରଣ ପ୍ରତିବର୍ଷ କିପରି କରାଯାଉଛି?

ଏହି ସ୍କୁଲ କାନପୁରର ଆଜାଦ ନଗର ଅଞ୍ଚଳରେ ଅବସ୍ଥିତ । ୫ ବର୍ଷୀୟ ଅଥର୍ବ ଦୀକ୍ଷିତ ଆଜାଦ ନଗର ଅଞ୍ଚଳରେ ଥିବା ସେଠ୍ ଏମଆର୍ ଜୟପୁରିଆ ସ୍କୁଲରେ ଏଲକେଜି ଛାତ୍ର । ସ୍କୁଲ ଠାରୁ ମାତ୍ର ୨୦ ମିଟର ଦୂରରେ ରହିଛି ଏହି ମଦ ଦୋକାନ । ନିୟମ ଅନୁସାରେ ମଦ ଦୋକାନ ଦିନ ୧୦ଟା ପରେ ଖୋଲିବା ଉଚିତ । କିନ୍ତୁ ଏଠାରେ ସକାଳ ୬ଟାରୁ ଏହି ମଦ ଦୋକାନ ଖୋଲି ଯାଉଛି ।

ଅଥର୍ବ ପୂର୍ବରୁ ଏ ନେଇ ଉତ୍ତରପ୍ରଦେଶ ସରକାରଙ୍କ ବହୁ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏଠାରେ ଏହି ମଦ ଦୋକାନ ୩୦ ବର୍ଷ ଧରି ରହି ଆସୁଛି ବୋଲି ଜଣାପଡିଛି ।

Get real time updates directly on you device, subscribe now.