fbpx

ଜନ୍ମିତ ଶିଶୁର ଓଜନ ୬.୫ କେଜି! ଡାକ୍ତର, ପିତାମାତା ସମସ୍ତେ ଆଶ୍ଚର୍ଯ୍ୟ

Advertisement

ନୂଆଦିଲ୍ଲୀ: ସାଧାରଣ ଭାବେ ଗୋଟିଏ ନବଜାତ ଶିଶୁର ଓଜନ ୨.୫ରୁ ୪ କେଜି ମଧ୍ୟରେ ରହିଥାଏ । ତେବେ ଅନେକ ସମୟରେ କିଛି ଜନ୍ମିତ ଶିଶୁଙ୍କର ଓଜନ ସଭିଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଏପରି କିଛି ଶିଶୁ ଗିନିଜ୍ ବୁକ ଅଫ୍ ବିଶ୍ୱ ରେକର୍ଡସରେ ମଧ୍ୟ ସ୍ଥାନ ପାଇଥାନ୍ତି । ତେବେ ଏହା ମଧ୍ୟରେ ଏକ ଅଧିକ ଓଜନିଆ ବିଶିଷ୍ଟ ଶିଶୁ ଜନ୍ମ ନେଇଛି । ଉକ୍ତ ଶିଶୁ ଜନ୍ମ ହେଉହେଉ ନୂଆ ରେକର୍ଡ କରିଥିବା ବେଳେ ତାକୁ ଦେଖିବା ପରେ ପିତାମାତା, ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ସୂଚନା ମୁତାବକ, କାନାଡ଼ାର ଓଣ୍ଟାରିୟୋରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର । ଶିଶୁକୁ ଦେଖିବାକୁ ପରେ ଡାକ୍ତର, ପିତାମାତା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ତାହା ଏକ ନିଆରା ଅନୁଭବ ବୋଲି ଶିଶୁଟିର ପିତା କହିଛନ୍ତି । ଏଥିସହିତ ଡାକ୍ତର ଓ ନର୍ସମାନେ ମଧ୍ୟ ଖୁସି ମନାଉଥିବା ଦେଖାଯାଇଥିଲା । ଅକ୍ଟୋବର ମାସ ୨୩ ତାରିଖରେ ସିଜେରିୟନ ସେକ୍ସନରେ ଉକ୍ତ ଶିଶୁଟି ଜନ୍ମ ନେଇଥିଲା ।

ନବଜାତର ଓଜନ ୬.୫ କେଜି ବା ପାଖାପାଖି ୧୫ ପାଉଣ୍ଡ ହୋଇଥିବା ବେଳେ ଲମ୍ବ ୫୫ ସେଣ୍ଟିମିଟର ରହିଥିଲା । ୧୮୯୭ ମସିହା ଜାନୁଆରୀ ୧୯ରେ ଆମେରିକାର ଓହିଓଠାରେ ବିଶ୍ୱର ସବୁଠାରୁ ଓଜନିଆ ଶିଶୁ (୨୨ ପାଉଣ୍ଡ) ଜନ୍ମ ନେଇଥିଲା । ଶିଶୁଟିର ନାମ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ସାମିଲ ହୋଇଥିଲା । ଜନ୍ମ ନେବାର ୧୧ ଘଣ୍ଟା ପରେ ଶିଶୁଟିର ମୃତ୍ୟୁ ଘଟିଥିଲା । ତେବେ ୨୦୧୦ ମସିହା ପରେ ପ୍ରଥମ ଥର ପାଇଁ ହସ୍ପିଟାଲରେ ଏଭଳି ଅଧିକ ଓଜନ ବିଶିଷ୍ଟ ଶିଶୁ ଜନ୍ମ ନେଇଥିବା ଡାକ୍ତର କହିଥିଲେ ।

Get real time updates directly on you device, subscribe now.