fbpx

(See Video)ଭୀଷଣ ତୁଷାରପାତରେ ୬.୫ କିମି ପାଦରେ ଚାଲି ଗର୍ଭବତୀଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ଯବାନ

ନୂଆଦିଲ୍ଲୀ: ଭାରତୀୟ ସେନା ସର୍ବଦା ଦୁଃଖୀରଙ୍କୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି । ଜାତିଭେଦ ନ ଦେଖି ଯେ କୌଣସି ପରିସ୍ଥିତିରେ ହେଉ ନା କାହିଁକି ସାହାଯ୍ୟ କରିବାକୁ ସର୍ବଦା ତତ୍ପର ରହିଥାନ୍ତି । ଏହି କ୍ରମରେ ଆମେ ଆଗରୁ ଅନେକ ଉଦାହରଣ ଦେଖିଛେ । ଏବେ ସେହିଭଳି ଏକ ଦୃଶ୍ୟ ପୁଣିଥରେ ଦୃଷ୍ଟି ଆକର୍ଷଣ କରିଛି । ଜମ୍ମୁରେ ଶନିବାର ଦିନ ଭୀଷଣ ତୁଷାରପାତ ହୋଇଥିଲା । ଯାହଫଳରେ ଗାଡ଼ି ଯିବା ଆସିବା କରିବାରେ ସମସ୍ୟା ଉପୁଜିଥିଲା । ଏହି ସମୟରେ ଯବାନ ମାନେ ଉକ୍ତ ଗର୍ଭବତୀଙ୍କୁ କାନ୍ଧରେ ବୋହି ପାଦରେ ଚାଲି ଚାଲି ହସ୍ପିଟାଲରେ ପହଞ୍ଚାଇଥିଲେ । ଯବାନ ମାନେ ବୋଦିୟର୍ ତହସିଲର ଏଲଓସି ନିକଟରେ ଥିବ ଘଗର୍ ହିଲ୍ ଗାଁରୁ ଉକ୍ତ ଗର୍ଭବତୀଙ୍କୁ ଜରୁରୀକାଳୀନ ସ୍ଥାନାନ୍ତର କରିଥିଲେ ।

ଖରାପ ରାସ୍ତା ଓ କଠିନ ପରିସ୍ଥିତି ସୁଦ୍ଧା ଯବାନ ମାନେ ମହିଳାଙ୍କୁ ବୋନିୟର୍ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ । ଏକ ପ୍ରେସ୍ ବିଜ୍ଞପ୍ତି ଅନୁସାରେ, ବୋନିୟର୍ ତହସିଲର ଏଲଓସି ନିକଟରେ ଥିବା ଘଗ୍ଗର ହିଲ୍ ଗାଁରୁ ଭାରତୀୟ ସେବା ପୋଷ୍ଟ୍ କୁ ଜାନୁଆରୀ ୮ ତାରିଖ ସକାଳ ୧୦ଟା ୩୦ ମିନିଟ୍ ରେ ଏକ କଲ୍ ଆସିଥିଲା । ଏଥିରେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଗର୍ଭବତୀ ଥିବାରୁ ତାଙ୍କ ପାଇଁ ଜରୁରୀକାଳୀନ ଚିକିତ୍ସାର ଆବଶ୍ୟକତା ଥିଲା । ତେଣୁ କଲ୍ ଜରିଆରେ ସାହାଯ୍ୟ ପାଇଁ ଅନୁରୋଧ କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିଲା ।

ଏହାପରେ ତୁରନ୍ତ ସେନାର ମେଡିକାଲ୍ ଟିମ୍ ପହଞ୍ଚିଥିଲେ ଓ ମହିଳାଙ୍କର ପ୍ରାରମ୍ଭିକ ଚିକିତ୍ସା କରାଯାଇଥିଲା । ହେଲେ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରିବାର ଆବଶ୍ୟକତା ଥିବାରୁ ଯବାନ ମାନେ ଷ୍ଟ୍ରେଚର୍ ରେ ଉଠାଇ ଚାଲି ଚାଲି ୬.୫ କିମି ରାସ୍ତା ଅତିକ୍ରମ କରି ହସ୍ପିଟାଲରେ ପହଞ୍ଚିଥିଲେ । ତୁଷାତ ପାତ ଯୋଗୁଁ ଯାନବାହାନ ଯିବାରେ ବ୍ୟାଘାତ ସୃଷ୍ଟି ହେଉଥିଲା । ଏହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

Get real time updates directly on you device, subscribe now.