fbpx

ଇଶା ଗୁପ୍ତା କୋଭିଡ୍ ପଜିଟିଭ୍ ଚିହ୍ନଟ, ପୋଷ୍ଟ୍ କରି ଦେଲେ ସୂଚନା

ମୁମ୍ବାଇ: ବଳିଉଡ୍ ଇଣ୍ଡଷ୍ଟ୍ରୀ ଉପରେ କରୋନା ମାଡ଼ ଦେଖିବାକୁ ମିଳିଛି । ପ୍ରତିଦିନ ସେଲେବ୍ ମାନେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଉଥିବାର ଖବର ଶୁଣିବାକୁ ମିଳୁଛି । ଏବେ ଅଭିନେତ୍ରୀ ଇଶା ଗୁପ୍ତା କୋଭିହ୍ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏନେଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ସେ ସୂଚନା ଦେଇଛନ୍ତି । ଏହାସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କୋଭିଡ୍ ପରୀକ୍ଷା କରିବାକୁ ଅପିଲ୍ କରିଛନ୍ତି ।

ସୂଚନାଯୋଗ୍ୟ, ତାଙ୍କ ପୂର୍ବରୁ ଅନେକ ସେଲିବ୍ରିଟି କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ଖବର ପ୍ରକାଶ ପାଇଥିଲା । ଇଶାଙ୍କ ପୂର୍ବରୁ ଅରିଜିତ୍ ସିଂ, ବାହୁବଲି ଫେମ୍ କଟପ୍ପା ବା ସତ୍ୟରାଜ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା । ତେବେ ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଉଛି । ନୂତନ ଭାରିଆଣ୍ଟ୍ ଆସିବା ପରଠାରୁ ସଂକ୍ରମଣ ପୁଣି ପିକ୍ କୁ ଯାଉଥିବା ପରିଲକ୍ଷିତ ହୋଇଛି ।

Get real time updates directly on you device, subscribe now.