fbpx

(VIDEO) ଜାନୁଆରୀ ୭ରୁ ୨୧ ପର୍ଯ୍ୟନ୍ତ ପୁଣି ଛୁଟିରେ ରହିବେ ସୁମିତ: ଆଗକୁ ମାମଲା ଏମିତି ଗଡ଼ି ଚାଲିବ ନା ସମାଧାନ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ମାମଲା ସମାଧାନ ହେବା ତ ଦୂରର କଥା ଦିନକୁ ଦିନ ଗଡ଼ି ଚାଲିଛି । ତେବେ ତପସ୍ୱିନୀ ତାଙ୍କ ଶ୍ୱଶୁର ଘରେ ପ୍ରବେଶ କରିସାରିଥିବା ବେଳେ ଶ୍ୱଶୁର ଗତ ୬ ତାରିଖ ରାତିରୁ ଘର ଛାଡ଼ି ଚାଲିଯାଇଛନ୍ତି । ଇତିମଧ୍ୟରେ ତପସ୍ୱିନୀଙ୍କ ଶ୍ୱଶୁର ଘର ପୁରୁଷ ଶୂନ୍ୟ ହୋଇଯାଇଥିବା ବେଳେ ପୁଣି ସୁମିତଙ୍କ ପକ୍ଷରୁ ଆସିଛି ଆଉ ଏକ ନୂଆ ଅପଡେଟ୍ ।

କିଛିଦିନ ହେଲା ଅସୁସ୍ଥ ଥିବାରୁ ଛୁଟିରେ ରହିଥିବା ସୁମିତ ଗତ ୭ ତାରିଖରେ କାର୍ଯ୍ୟରେ ଜଏନ୍ କରିବାର ଥିଲା । ମାତ୍ର ସେ ପୁଣି ଥରେ ୧୫ ଦିନ ପାଇଁ ଛୁଟି ଆବେଦନ କରିଛନ୍ତି । ନିଜର ସ୍ୱାସ୍ଥ୍ୟ ଜନିତ ସମସ୍ୟା କାରଣରୁ ସେ ଆସନ୍ତା ୨୧ ପର୍ଯ୍ୟନ୍ତ ଛୁଟିରେ ରହିବେ । ଆଜି ଗଞ୍ଜାମ ଏସଡିଜେଏମଙ୍କ କୋର୍ଟରେ ତପସ୍ୱିନୀଙ୍କ ପିଟିସନର କାଉଣ୍ଟର ଦେବେ ସୁମିତଙ୍କ ପକ୍ଷ । ସେହିପରି ସୁମିତଙ୍କ ମାଆ ଓ ଜେଜେମାଆଙ୍କ ପକ୍ଷରୁ ଆଗତ ଘରୋଇ ହିଂସା ମାମଲାର କାଉଣ୍ଟର ଦେେବେ ତପସ୍ୱିନୀଙ୍କ ଓକିଲ । ତେବେ କାଉଣ୍ଟର ଦେବା ପାଇଁ ତପସ୍ୱିନୀଙ୍କ ଓକିଲ ତାରିଖ ମାଗିପାରନ୍ତି ବୋଲି ସୂଚନା ମିଳୁଛି ।

Get real time updates directly on you device, subscribe now.