fbpx

India’s Best Dancer 2 ଟ୍ରପି ଜିତିଲେ ‘ଛୋଟି ହେଲେନ୍’ ସୌମ୍ୟା, ପୁରସ୍କାରରେ ମିଳିଲା ୧୫ ଲକ୍ଷ ଟଙ୍କା ଓ କାର୍

ମୁମ୍ବାଇ: ଲୋକପ୍ରିୟ ରିୟଲିଟି ଶୋ’ ଇଣ୍ଡିଆସ୍ ବେଷ୍ଟ୍ ଡାନ୍ସର୍ ସିଜନ୍-୨କୁ ତାର ୱିନର୍ ମିଳିସାରିଛି । ଶୋ’ର ଫାଇନାଲ ଏପିସୋଡ଼୍ ଖୁବ୍ ଭବ୍ୟଥିଲା । ସମସ୍ତ ପ୍ରତିଯୋଗି ମାନେ ଦମଦାର୍ ପ୍ରଦର୍ଶନ କରିଥିଲେ । ଆଉ ଶୋ’ର ଦ ଅଲ୍ଟିମେଟ୍ ଫିନାଲେ ରେ ବେଷ୍ଟ୍-୫ଙ୍କ ମଧ୍ୟରୁ ବିଜେତା ଘୋଷଣା କରାଯାଇଥିଲା । ବିଜେତା କିଏ ଜାଣିବା ପାଇଁ ପୂରା ଦେଶ ଅପେକ୍ଷା କରିବସିଥିଲା । ଫ୍ୟାନ୍ସ ମାନଙ୍କ ଅପେକ୍ଷାର ଅନ୍ତ ଘଟାଇ ଇଣ୍ଡିଆସ୍ ବେଷ୍ଟ ଡାନ୍ସର୍ ତାର ୱିନର୍ ଘୋଷଣା କରିଛି । ଏଥିରେ ପୁଣେର ସୌମ୍ୟା କମ୍ବଲେ ଏହି ସିଜନ୍ ର ବିଜେତା ହୋଇଛନ୍ତି ଓ ଟ୍ରଫି ହାତେଇଛନ୍ତି ।

ସୌମ୍ୟାଙ୍କୁ ସୋନି ଏଣ୍ଟରଟେନମେଣ୍ଟ୍ ଟେଲିଭିଜନ୍ ତରଫରୁ ୧୫ ଲକ୍ଷ ଟଙ୍କାର ଚେକ୍ ଓ ସ୍ୱିଫ୍ଟ ଡିଜାଆର୍ କାର୍ ଉପହାର ମିଳିଛି । ବେଷ୍ଟ-୫ ଫାଇନାଲିଷ୍ଟ୍ ମଧ୍ୟରୁ ଜୟପୁରର ଗୌରବ ସରବନ୍ ଫାର୍ଷ୍ଟ ରନର୍ସ ଅଫ୍ ହୋଇଥିବା ବେଳେ ଦ୍ୱିତୀୟ ରନର୍ସ ଅଫ୍ ହୋଇଥିଲେ ଓଡ଼ିଶାର ରୋଜା ରାଣା । ଏହାପରେ ଆସାମର ରକ୍ତିମ ଠାକୁରିୟା ଓ କେରଳର ଜମରୁଦ୍ ତୃତୀୟ ଓ ଚତୁର୍ଥ ରନର୍ସ ଅଫ୍ ହୋଇଥିଲେ । ସମସ୍ତଙ୍କୁ ଏକ ଲକ୍ଷ ଟଙ୍କା ଚେକ୍ ମିଳିଥିଲା ।

Get real time updates directly on you device, subscribe now.