fbpx

ଗୋଟିଏ ଦିନରେ ୧ ଲକ୍ଷ ଟଙ୍କା ଉଠାଇ ପାରିବେ PF ଆକାଉଣ୍ଟଧାରୀ, ଜାଣନ୍ତୁ ପ୍ରୋସେସ୍

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ସମୟରେ ପିଏଫ୍ ଆକାଉଣ୍ଟ ଆପଣଙ୍କୁ ତତ୍କାଳ ସାହାର୍ଯ୍ୟ ଯୋଗାଇପାରିବ । ପୂର୍ବରୁ ଲାଗୁଥିଲା କି ପିଏଫରୁ ଟଙ୍କା ଉଠାଇବା କଷ୍ଟକର ଓ ଏଥିପାଇଁ ଲମ୍ବା ପ୍ରୋସେସ ରହିଛି । କିନ୍ତୁ କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ବା ଇପିଏଫଓ ନିଜ କର୍ମଚାରୀଙ୍କ ପାଇଁ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି । ଯଦି ଆପଣଙ୍କୁ ଟଙ୍କା ଦରକାର, ତେବେ କୌଣସି ସଦସ୍ୟଙ୍କ କାଗଜ ବିନା ନିଜ ଆକାଉଣ୍ଟରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଇପାରିବେ ।

ଚାକିରି କରୁଥିବା ଲୋକଙ୍କ ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି ଇପିଏଫଓ ଏପରି ସୁବିଧା ଦେଉଛି । ଏହି ସୁବିଧା ଅଧିନରେ ଆପଣ କେବଳ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଡଭାନ୍ସ ଉଠାଇପାରିବେ । ଯଦି ଆପଣ କାର୍ଯ୍ୟ ଦିବସରେ ଆବେଦନ କରୁଛନ୍ତି, ତେବେ ପରଦିନ ଆପଣଙ୍କ ଟଙ୍କା ଆକାଉଣ୍ଟକୁ ଟ୍ୟାନ୍ସଫର ହୋଇଯିବ । ଟଙ୍କା କେବଳ ମେଡିକାଲ କ୍ଲେମ୍ ଅନୁଯାୟୀ ମିଳିବ । ଏହି ମେଡିକାଲ ଡିସଚାର୍ଜ ହେବାର ୪୫ ଦିନ ମଧ୍ୟରେ ମେଡିକାଲ ସ୍ଲିପ୍ ଜମା କରିବାକୁ ପଡିବ ।

ତେବେ ଆସନ୍ତୁ ଜାଣିବା ଟଙ୍କା ଉଠାଇବାର ପ୍ରକ୍ରିୟା…

-ପ୍ରଥମେ ଆପଣ ଅଫିସିଆଲ୍ ୱେବସାଇଟ୍ www.epfindia.gov.in ରେ ଅନଲାଇନ୍ ଆଡ଼ଭାନ୍ସ କ୍ଲେମ ନେଇପାରିବେ ।
unifiedportalmem.epfindia.gov.in ରୁ ମଧ୍ୟ ଆଡଭାନ୍ସ ଦାବି କରାଯାଇପାରିବ ।
– ଏଠାରେ ଆପଣଙ୍କୁ ଅନଲାଇନ୍ ସେବା ଉପରେ କ୍ଲିକ୍ କରିବାକୁ ପଡିବ ।
– ବର୍ତ୍ତମାନ ଆପଣଙ୍କୁ ଦାବି (ଫର୍ମ -31,19,10C ଏବଂ 10D) ପୂରଣ କରିବାକୁ ପଡିବ ।
– ଏହା ପରେ ନିଜ ବ୍ୟାଙ୍କ ଆକାଉଣ୍ଟର ଶେଷ ୪ ଅଙ୍କ ଏଣ୍ଟର କରି ଯାଞ୍ଚ କରିବାକୁ ପଡିବ ।
– ବର୍ତ୍ତମାନ ଆପଣଙ୍କୁ Proceed for Online Claim ଉପରେ କ୍ଲିକ୍ କରିବାକୁ ପଡିବ ।
– ଡ୍ରପ୍ ଡାଉନ୍ ରୁ PF Advance କୁ (Form 31) ସିଲେକ୍ଟ କରିବାକୁ ପଡିବ ।
– ଏହା ପରେ ଆପଣଙ୍କୁ ଟଙ୍କା ଉଠାଇବାର କାରଣ ମଧ୍ୟ ଦେବାକୁ ପଡିବ ।
– ବର୍ତ୍ତମାନ ଆପଣଙ୍କୁ ରାଶି ଏଣ୍ଟର୍ କରିବାକୁ ପଡିବ ଓ ଚେକର ସ୍କାନ୍ କପି ଅପଲୋଡ୍ କରିବାକୁ ପଡିବ ।
– ଏହା ପରେ ନିଜ ଠିକଣା ଓ ସମ୍ପୂର୍ଣ୍ଣ ବିବରଣୀ ପୂରଣ କରିବାକୁ ପଡିବ ।
– Get Aadhaar OTP ଉପରେ କ୍ଲିକ୍ କରନ୍ତୁ ଓ ଆଧାର ଲିଙ୍କ୍ ହୋଇଥିବା ମୋବାଇଲରେ ଆସିଥିବା OTPକୁ ଏଣ୍ଟର କରନ୍ତୁ ।
– ଏବେ ଆପଣଙ୍କ ଦାବି ଦାଖଲ ହୋଇଯିବ ।

Get real time updates directly on you device, subscribe now.