fbpx

ଗୋଟିଏ ଶବ ର ୬ ଦାବିଦାର : ଅନ୍ୟ ଶବର କେହି ନାହିାଁନ୍ତି

ଭୁବନେଶ୍ୱର : ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ଲୋକଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । କିଛି ମୃତଦେହକୁ ଚିହ୍ନଟ କରାଯାଇଥିବା ବେଳେ ଅନ୍ୟ କିଛି ମୃତଦେହର ପରିଚୟ ମିଳିନାହିଁ । କିନ୍ତୁ କିଛି ମୃତଦେହର କେହି ଦାବିଦାର ନଥିବା ବେଳେ ଅନ୍ୟପଟରେ ଗୋଟିଏ ମୃତଦେହ ପାଇଁ ୬ ଜଣ ଦାବିଦାର ଥିବା ଜଣାପଡିଛି । ଅର୍ଥାତ୍ ୬ ଜଣ ଲୋକ ଗୋଟିଏ ମୃତଦେହକୁ ନିଜ ସମ୍ପର୍କୀୟ ବୋଲି କହିଛନ୍ତି ।

ଟଙ୍କା ଲୋଭରେ ଏପରି କରାଯାଉଥିବା ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପୂର୍ବରୁ ମଧ୍ୟ ଜଣେ ମହିଳା ଏପରି କାଣ୍ଡ କରିଥିଲେ । ମୁଣ୍ଡ ବିହୀନ ଜଣେ ଲୋକକୁ ସ୍ୱାମୀର ପରିଚୟ ଦେଇ ଅନୁକମ୍ପା ରାଶି ଦାବି କରିଥିଲେ । ପରେ ମହିଳାଙ୍କ ପ୍ରକୃତ ସତ ଜଣାପଡିଥିଲା ।

ତେବେ ଡିଏନଏ ଟେଷ୍ଟ କରାଯାଇ ମୃତଦେହ ଚିହ୍ନଟ କରାଯାଉଛି । ଡିଏନଏ ଟେଷ୍ଟ ପାଇଁ ୩୩ଟି ଶବର ରକ୍ତ ନମୁନା ଦିଲ୍ଲୀ ଯାଇଛି । ରିପୋର୍ଟ ଆସିଲେ ପ୍ରକୃତ ସମ୍ପର୍କୀୟ ଚିହ୍ନଟ କରାଯଇ ଶବ ହସ୍ତାନ୍ତର କରାଯିବ ବୋଲି ଭୁବନେଶ୍ୱର ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.