fbpx
BSKY
BJD YOUTH SKY
BJD MS SKY

ସାରା ଦୁନିଆରେ ପାଳିତ ହେଉଛି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ, ଜାଣନ୍ତୁ ଚଳିତ ବର୍ଷର ଥିମ୍

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଅନୁସାରେ ଆଜିର ଦିନଟିକୁ ଅଥବା ଜୁନ ୦୭ କୁ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ(World Food Safety Day) ରୁପେ ପାଳନ କରାଯାଏ । ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରିବା ସହ ଖାଦ୍ୟ ସହିତ ଯୋଡ଼ି ହୋଇ ରହିଥିବା ରୋଗକୁ ଅଟକାଇବା ପାଇଁ ଖାଦ୍ୟ ପ୍ରଣାଳୀକୁ ବଦଳାଇବା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତ୍ୟେକ ବର୍ଷ ଏହି ଦିନ ପାଇଁ ଥିମ ବନାଯାଇଥାଏ । ଏହି ବର୍ଷ ପାଇଁ ଥିମଟି ହେଉଛି ” ଖାଦ୍ୟ ଜୀବନ (Food standards save lives)’ ବଞ୍ଚାଇଥାଏ । ଏହା ମାଧ୍ୟମରେ ଲୋକଙ୍କୁ ଖାଦ୍ୟର ମହତ୍ତ୍ୱ ବିଷୟରେ ବୁଝାଇବା ଆବଶ୍ୟକ ।

ଏହି ଦିନରେ ନିଶ୍ଚିତ ହୋଇଥିବା ପ୍ରଣାଳୀକୁ ମଜବୁତ କରିବାର ସୁଯୋଗ ପ୍ରଦାନ କରିଥାଏ ଏବଂ ଆମେ ଯେଉଁ ଖାଦ୍ୟ ଗ୍ରହଣ କରୁ ତାହା ସୁରକ୍ଷିତ ଓ ବିଶ୍ୱ ସ୍ତରର ଖାଦ୍ୟ ଜନିତ ରୋଗର ବୋଝକୁ କମାଇଥାଏ । ପୂର୍ବ ବର୍ଷ ତଥା ୨୦୨୨ର ଥିମ ସେଫ ଫୁଡ଼ ବେଟର ହେଲ୍ଥ ରହିଥିଲା । ଜୁନ ୭ରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସର ଉଦ୍ଦେଶ୍ୟ ହେଉଛି ଖାଦ୍ୟ ସୁରକ୍ଷା ,ମାନବ ସ୍ୱାସ୍ଥ୍ୟ ଅବସ୍ଥା , ଆର୍ଥିକ ସମୃଦ୍ଧି ,କୃଷି ,ବଜାର ମୂଲ୍ୟ ,ପର୍ଯ୍ୟଟନ ଏବଂ ବିକାଶରେ ଯୋଗ ଦାନ କରିବା ଏବଂ ଖାଦ୍ୟ ଜନିତ ସଂକଟକୁ ଅଟକାଇବା , ଜାଣିବା, ସିମିତ ରଖିବାରେ ସାହାଯ୍ୟ କରିବା ପାଇଁ ଧ୍ୟାନକୁ ଆକର୍ଷଣ କରିବା ଏବଂ ସେହି କାର୍ଯ୍ୟକୁ ଆଗକୁ ବଢାଇବାରେ ଅନୁପ୍ରାଣିତ କରିବାକୁ ହେବ ।

United nation general assembly ଡ଼ିସେମ୍ବର ୨୦ ୨୦୧୮କୁ Food Safety Day ପାଳନ କରାଯିବାର ନିଷ୍ପତି ନେଲେ । ସେବେ ଠାରୁ ଏହି ଦିନକୁ ପ୍ରତ୍ୟେକ ବର୍ଷ ଜୁନ ୦୭କୁ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ରୂପେ ପାଳନ କରାଯାଉଛି । ଏହି ଦିନର ମୁଖ୍ୟ ଲକ୍ଷ ହେଉଛି, ଲୋକଙ୍କ ଖାଦ୍ୟ ସୁରକ୍ଷାର ବିଭିନ୍ନ ଦିଗ ଏବଂ ଏହାର ଅଲଗା ଅଲଗା ଲାଭକୁ ବୁଝିବା । ଏହି ଦିନ ଖାଦ୍ୟକୁ ନେଇ ସଚେତନତାକୁ ବୃଦ୍ଧି କରାଯାଏ । ଏହା ମଧ୍ୟରେ ଲୋକଙ୍କୁ ସୁରକ୍ଷିତ ଏବଂ ପୃଷ୍ଠିକର ଖାଦ୍ୟ ପଦାର୍ଥର ମହତ୍ତ୍ୱ ବୁଝାଯାଏ । ପ୍ରଥମ ଥର ପାଇଁ ଜୁନ ୭ କୁ ୨୦୧୯ ମସିହାରେ ପାଳନ କରାଯାଇଥିଲା ଏବଂ ପରେ ପ୍ରତ୍ୟେକ ବର୍ଷ ଏହି ଦିନକୁ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ରୂପେ ପାଳନ କରାଯାଏ ।

Get real time updates directly on you device, subscribe now.