fbpx

ଭୋଟିଙ୍ଗ ସମୟରେ ବୈଦେଶିକ ମନ୍ତ୍ରୀଙ୍କ ଦ୍ୱାରା ହୋଇଗଲା ବଡ଼ ଭୁଲ, ୨୦ ମିନିଟ ପରେ ଅନୁତାପ କଲେ ଜୟଶଙ୍କର!

AAKASH

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀର ସାତୋଟି ସିଟରେ ଭୋଟିଂ ଜାରି ରହିଛି । ଦିଲ୍ଲୀରେ ବଡ଼ ବଡ ଭିଭିଆଇପି ଲୋକେ ମତଦାନ କରିଛନ୍ତି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ବାଂସୁରୀ ସ୍ୱରାଜଙ୍କ ସମେତ ଭିନ୍ନ ଭିନ୍ନ ଦଳର ନେତାମାନେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ତେବେ ଏହାରି ମଧ୍ୟରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ସକାଳେ ଭୋଟ ଦେବାକୁ ପହଁଚିବା ସମୟରେ ତାଙ୍କ ଦ୍ୱାରା ଏକ ବଡ଼ ଭୁଲ ହୋଇଯାଇଛି ।

ବୈଦେଶିକ ମନ୍ତ୍ରୀ ଜୟଶଙ୍କର ସକାଳୁ ସକାଳୁ ଭୋଟ ଦେବା ଲାଗି ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ । ସେଠାରେ ୨୦ ମିନିଟ ଅପେକ୍ଷା କରିବା ପରେ ତାଙ୍କୁ ଜଣାପଡିଥିଲା ଯେ, ଯେଉଁ ମତଦାନ କେନ୍ଦ୍ର ବାହାରେ ସେ ଠିଆ ହୋଇଛନ୍ତି, ତାଙ୍କୁ ସେଠାରେ ଭୋଟ ଦେବାକୁ ହେବନି, ତାଙ୍କ ମତଦାନ କେନ୍ଦ୍ର ଅନ୍ୟ ସ୍ଥାନରେ ରହିଛି । ତାଙ୍କୁ ଏହି ବିଷୟରେ ଜଣାପଡିଲା ଯେତେବେଳେ ଭୋଟର ଲିଷ୍ଟରେ ତାଙ୍କର ନାମ ନଥିଲା । ଏହି କାରଣରୁ ସେ ପ୍ରଥମ ଥର ପାଇଁ ମତାଧିକାର ନ କରି ଫେରିଯାଇଥିଲେ ।

ରିପୋର୍ଟ ମୁତାବକ, ଜୟଶଙ୍କର ଶନିବାର ଦିନ ସକାଳୁ ତୁଗଲକ ଲେନର ଅଟଳ ଆଦର୍ଶ ବିଦ୍ୟାଳୟରେ ପହଞ୍ଚିଥିଲେ । ୨୦ ମିନିଟ ପର୍ଯ୍ୟନ୍ତ ସେ ସେଠାରେ ଅପେକ୍ଷା ମଧ୍ୟ କରିଛନ୍ତି । ପୁଣି ଅଧିକାରୀମାନେ ଜୟଶଙ୍କରଙ୍କୁ କହିଥିଲେ ଯେ, ତାଙ୍କ ନାମ ଭୋଟିଂ ଲିଷ୍ଟରେ ନାହିଁ । ଏହାପରେ ବୈଦେଶିକ ମନ୍ତ୍ରୀ ଘରେ ପହଞ୍ଚିଲା ପରେ ଜାଣିପାରିଲେ ଯେ, ସେ ଏକ ଭୁଲ ମତଦାନ କେନ୍ଦ୍ରକୁ ଯାଇଥିଲେ ଭାରି ।

Get real time updates directly on you device, subscribe now.