fbpx

(Video)ପୁଣି ଫ୍ୟାନ୍ସଙ୍କ ହୃଦୟ ଜିତିଲେ ଧୋନୀ, ନିଜ ଲଗେଜ୍ ନିଜେ ଉଠାଇ ଇକୋନମୀ କ୍ଲାସରେ କଲେ ଯାତ୍ରା

AAKASH

ନୂଆଦିଲ୍ଲୀ: ଚେନ୍ନାଇ ସୁପରକିଙ୍ଗସର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି । ଇକୋନୋମୀ କ୍ଲାସରେ ଧୋନୀଙ୍କୁ ଯାତ୍ରା କରୁଥିବାର ଦେଖି ଲୋକମାନେ ପୁଣି ତାଙ୍କୁ ପ୍ରଶଂସା ଓ ଭଲ ପାଇବା ଅଜାଡି ଦେଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ମାହୀ ଫ୍ଲାଇଟ୍‌ରେ ଇକୋନୋମୀ କ୍ଲାସରେ ଯାତ୍ରା କରିଥିବାର ନଜର ଆସିଛନ୍ତି । କେବଳ ଏତିକି ନୁହେଁ ସେ ନିଜ ଲଗେଜ୍ ବି ନିଜେ ଆଣି ରଖୁଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗସ୍ ପକ୍ଷରୁ ଖେଳୁଥିବା ଧୋନୀଙ୍କ ଟିମ୍ ଏଥର ପ୍ଲେଅଫ୍‌ରେ ନିଜ ସ୍ଥାନ ପକ୍କା କରିପାରିନାହାନ୍ତି । କର ବା ମର ମ୍ୟାଚ୍‌ରେ ଧୋନୀଙ୍କ ଟିମ୍‌କୁ ଆର୍‌ସିବି ହରାଇ ଦେଇଥିଲା ।

ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ୍ ହେଉଛି ସେଥିରେ ଦେଖିବାକୁ ମିଳୁଛି କି ମହେନ୍ଦ୍ର ସିଂ ଧୋନୀଙ୍କୁ ଦେଖି ଲୋକମାନେ ବେଶ୍ ଖୁସି ହେଉଛନ୍ତି । ଲୋକମାନେ ତାଙ୍କୁ ତାଳି ମାରି ସ୍ୱାଗତ କରୁଛନ୍ତି । ଏହି ଭିଡିଓରେ ଲୋକମାନେ ଅଲଗା ଅଲଗା କମେଣ୍ଟ କରିଛନ୍ତି । କେହି ମିସିଂ ୟୁ ବୋଲି ଲେଖିଛନ୍ତି ତ ଆଉ କେହି ‘ମ୍ୟାନ୍ ଅଫ୍ ସିମ୍ପଲିସିଟି’ ବୋଲି କହିଛନ୍ତି ।

ଧୋନୀ ଶନିବାର ରାଞ୍ଚିରେ ଭୋଟ ଦେବା ପାଇଁ ପହଞ୍ଚିଥିଲେ । ଭୋଟ ଦେବା ପାଇଁ ଧୋନୀ ପୁରା ପରିବାର ସହ ଜେଭିଏମ୍ ଶ୍ୟାମଲୀ ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚିଥିଲେ । ଧୋନୀଙ୍କ ସହ ପତ୍ନୀ ସାକ୍ଷୀ ବି ଥିଲେ । ଦିନ ୧୨ଟା ପରେ ଧୋନୀ ନିଜ ପିତାମାତା ଓ ପତ୍ନୀଙ୍କ ସହ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ । ମତଦାନ କେନ୍ଦ୍ରରେ ଧୋନୀଙ୍କୁ ଦେଖି ଲୋକମାନେ ତାଙ୍କୁ ଚାରିପଟୁ ଘେରି ଯାଇଥିଲେ ।

Get real time updates directly on you device, subscribe now.