fbpx

ଗଛରେ ପିଟିହେଲା ବରଯାତ୍ରୀ ନେଇ ଯାଉଥିବା ଇନୋଭା ଗାଡି: ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣକ ମୃତ୍ୟୁ

Advertisement

ମୁରଦାବାଦ: ରାମପୁର ଅଞ୍ଚଳରେ ଏକ ବଡ ଦୁର୍ଘଟଣା ଘଟିଥିବା ଜାଣିବାକୁ ମିଳିଛି । ମୁରଦାବାଦରୁ ଆସୁଥିବା ଏକ ବରଯାତ୍ରୀ ଗାଡି ଦୁର୍ଘଟଣା ହେବା ଫଳରେ ଗାଡିରେ ଥିବା ୬ ଜଣ ବରଯାତ୍ରୀ ପ୍ରାଣ ହରାଇଛନ୍ତି । ତେବେ ଅନ୍ୟ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଆହତମାନଙ୍କୁ ମେଡିକାଲ ପଠାଯାଇତିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ମୁରଦାବାଦର ଡିଲାରୀ ଥାନା ଅନ୍ତର୍ଗତ ରହର ମାଫିରୁ ରାମପୁର ଯିବା ବାଟରେ ଘଟିଛି ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ତେବେ କାଶୀପୁର ଆଙ୍ଗା ନିକଟରେବରଯାତ୍ରୀ ଯିବା ସମୟରେ ଏହି ଅଘଟଣ ଘଟିଯାଇଛି । ଦ୍ରୁତ ଗତିରେ ଆସୁଥିବା ଇନୋଭା କାର ହଠାତ ଏକ ଏଚଟି ଲାଇନ ପୋଲ ସହିତ ଧକ୍କା ହୋଇଥିଲା । ତେବେ ଏଥତିରୁ ବଞ୍ଚିବା ଉଦ୍ଦେଶ୍ୟରେ ଆଉ ଏକ ଗଛରେ ପିଟି ହୋଇଥିଲା ଏହି କାର । ଫଳରେ ଗାଡିରେ ଥିବା ୬ ଜଣ ବରଯାତ୍ରୀ ପ୍ରାଣ ହରାଇଛନ୍ତି ଏବଂ ୪ ଜଣ ଆହତ ହୋଇଛନ୍ତି ।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତକମାନଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ଜିଲ୍ଳା ହସ୍ପିଟାଲରେ ଆହତମାନଙ୍କ ଚିକିତ୍ସା ଜାରି ରହିଛି ।

Get real time updates directly on you device, subscribe now.