fbpx
BSKY SKY
BSKY SKY

ବନ୍ୟା ବିତ୍ପାତରେ ୬ ମୃତ, ବୁଡିଗଲା ୧୨ ଗାଡି: ୭୨ ଘଣ୍ଟାରେ ସବୁକିଛି ଛାରଖାର

BSKY

ଶିମଲା: ପ୍ରବଳ ବର୍ଷା ବର୍ତ୍ତମାନ ହିମାଚଳ ପ୍ରଦେଶରେ ନେଇଛି ଏକ ଭୟଙ୍କର ରୂପ । ବାଦଲ ଫଟା ବର୍ଷା ପରେ ଏଠାରେ ଭୀଷଣ ବନ୍ୟାର ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଅନେକ ଜନହାନୀ ଘଟୁଥିବା ବେଳେ ୧୨ଟି ଗାଡିକୁ ଧୋଇ ନେଇଛି ବନ୍ୟା ପାଣି । କିଛି ଜାଗାରେ ରାଜ୍ୟର ମୁଖ୍ୟ ରାସ୍ତାଗୁଡିକ ମଧ୍ୟ ବନ୍ଦ ହୋଇଯିବାରୁ ଯାତାୟତ ଠପ୍ ହୋଇ ପଡିଛି । ତେବେ ଗତ ୨୪ ଘଣ୍ଟା ଭିତରେ ଭୀଷଣ ତାଣ୍ଡବ ରଚିଛି ଏହି ପ୍ରଖର ବନ୍ୟା । ଗୋଟିଏ ଦିନରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଘର ଏବଂ ଗାଡି ମଧ୍ୟ ପାଣିରେ ବହି ଯାଇଛି ।

ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ଭିତରେ ହୋଇଥିବା ବର୍ଷାକୁ ନେଇ ରିପୋର୍ଟ ଦାଖଲ କରିଛି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କମିଟି । ଏହି ବନ୍ୟା ଯୋଗୁଁ ସୁବେର ପ୍ରାୟ ୨.୫ କୋଟି ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହିତ ୧୩ଟି ଘର ଭାଙ୍ଗି ପାଣିରେ ମିଳିଯାଇଥିବା ବେଳେ ପ୍ରାୟ ୧୨ଟି ଯାନବାହନ ଓ ୫ ଗୋଶାଳା ବନ୍ୟା ପାଣିରେ ଭାସି ଯାଇଥିବା ଜାଣିବାକୁ ମିଳିଛି । ସେହିପରି ଅନେକ ପଶୁପକ୍ଷୀ ମଧ୍ୟ ଏବନ୍ୟା ଯୋଗୁଁ ନିଖୋଜ ଅଛନ୍ତି । ଅନ୍ୟ ପକ୍ଷରେ ହମୀରପୁର ଜିଲ୍ଲାର ସୁଜାନପୁରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ପାଣିରେ ବୁଡି ପ୍ରାଣ ହରାଇଥିବା ବେଳେ କୁଲ୍ଲୁ ମୋହଲରେ ନାଳରେ ପାଣି ବଢିବା ସହିତ ପାର୍କ, ୩ ଟ୍ରାକ୍ଟର ଏବଂ ୫ଟି ଗାଡିରେ ବନ୍ୟା ପାଣିରେ ଭାସିଯାଇଛି । ସେହିପରି ଚମ୍ବାର ଜୋତ ମାର୍ଗରେ ପ୍ରାୟ ୪୦ଟି ଗାଡି ଅଧାବାଟରେ ଫସି ରହିଛି । ତେବେ ମୋଟ ୭୨ ଘଣ୍ଟା ମଧ୍ୟରେ ହିମାଚଳ ପ୍ରଦେଶରେ ମୋଟ ୬ ଜଣ ମୂୃତ୍ୟୁବରଣ କରିଛନ୍ତି ।

ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ମାଣ୍ଡି ଜିଲ୍ଲାର ଫୋର୍ ମାଇଲ୍, ସେଭେନ୍ ମାଇଲ୍ ଏବଂ ଖୋଟିନାଲା ନିକଟରେ ଭୂସ୍ଖଳନ ହେତୁ ରାଜପଥ ଟ୍ରାଫିକ୍ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ପ୍ରଥମେ ଖୋଟିନାଲା ନିକଟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ରାଜପଥରେ ଥିବା ବ୍ରିଜ ଉପରେ ପାଣି ପ୍ରବାହିତ ହେବାକୁ ଲାଗିଲା। ଜଳ ସ୍ତର ଟିକିଏ ହ୍ରାସ ପାଇବା ମାତ୍ରେ ଏହା ନିକଟସ୍ଥ ପାହାଡରୁ ପଥର ଖସି ରାଜପଥ ବନ୍ଦ ହୋଇଗଲା। ଏଥି ସହିତ ଚାରି ଏବଂ ସାତ କିଲୋମିଟର ଦୂରରେ ଥିବା ପାହାଡରୁ ପ୍ରବଳ ଆବର୍ଜନା ଆସୁଥିବାରୁ ରାଜପଥ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

Get real time updates directly on you device, subscribe now.