fbpx

ଗୋଟିଏ ପରିବାରରୁ ୬ ଜଣଙ୍କ ମୃତ: ପୋଲିସର ତଦନ୍ତ ଆରମ୍ଭ

ହରିୟାଣା: ହରିୟାଣାର ଅମ୍ବାଲା ଜିଲ୍ଲା ନିକଟସ୍ଥ ବୁଲାନା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଯାହାକି ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସେହି ଗ୍ରାମରରେ ସନ୍ଦେହଜନକ ପରିସ୍ଥିତିରେ ଗୋଟିଏ ପରିବାରର ୬ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅମ୍ବାଲା ଜିଲ୍ଲାର ବୁଲାନା ଗ୍ରାମରେ ଗୋଟିଏ ପରିବିର ୬ଜଣଙ୍କ ମୃତ୍ୟୁ ପରେ ସାରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ପରିବାରର ୬ ଜଣ ସଦସ୍ୟଙ୍କ ଏପରି ସନ୍ଦେହଜନକ ଭାବରେ ମୃତ୍ୟୁ କିପରି ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ଏହି ଘଟଣା ସମ୍ପର୍କରେ ନିକଟସ୍ଥ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହିତ ଏହି ସନ୍ଦେହଜନକ ମୃତ୍ୟୁ ପଛର ରହସ୍ୟ ମଧ୍ୟ ଖୋଜୁଛିପୋଲିସ ।

Get real time updates directly on you device, subscribe now.