fbpx
BJD SKY
BJD SKY

ଶେଷ ଯାତ୍ରା ହେଲା କେଦାରନାଥ: ହେଲିକପ୍ଟର କ୍ରାସରେ ଜଳିଗଲେ ୬ ଜଣ ଶ୍ରଦ୍ଧାଳୁ

BJD

ତୀର୍ଥଯାତ୍ରା ଶ୍ରଦ୍ଧାଳୁଙ୍କ ପାଇଁ କାଳ ପାଲଟି ଯାଇଛି । ମୃତ୍ୟୁ ଯେ କେଉଁ ରୂପରେ ଆଉ କେଉଁ ସମୟରେ କାହା ପାଇଁ ଆସିଯିବ, ତାହା କେହି ବି ଅନୁମାନ ବି ଲଗାଇ ପାରିବେନି । କାରଣ ମୃତ୍ୟୁ ଦେଖି ନଥାଏ ଧନୀ ଗରୀବ, ସ୍ଥାନ କାଳ ପାତ୍ର କି ଅନ୍ୟ କିଛି । ଯେପରି କେଦାରନାଥ ଯାଉଥିବା ଏହି ତୀର୍ଥଯାତ୍ରୀ ମାନେ ଜାଣିନଥିଲେ, ଏହି ଯାତ୍ରା ତାଙ୍କ ଜୀବନର ଶେଷ ଯାତ୍ରା ହୋଇଯିବ । ଖରାପ ପାଣିପାଗ ଯୋଗୁଁ ହେଲିକପ୍ଟର କ୍ରାସ୍ ହୋଇପ୍ରାଣ ହରାଇଛନ୍ତି ୬ ଜଣ ଶ୍ରଦ୍ଧାଳୁ । ତେବେ ମିଳିଥିବା ସୂଚନା ଅନୁଯାୟୀ, ହେଲିକପ୍ଟରଟି କେଦାରନାଥରୁ ଫାଟା ଯାଉଥିଲା । ଏହି ସମୟରେ ଏମଳି ଏକ ଦୁର୍ଘଟଣା ଘଟିଯାଇଛି ।

ମଙ୍ଗଳବାର ଦିନ ହୋଇଛି ଏହି ଭୟଙ୍କର ହେଲିକପ୍ଟର ଦୁର୍ଘଟଣା । ଯେଉଁଥିରେ ୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ତୀର୍ଥଯାତ୍ରୀମାନେ କେଦାରନାଥ ଧାମ ଯାଉଥିଲେ । କିନ୍ତୁ ଉତ୍ତରାଖଣ୍ଡରେ କେଦାରନାଥ ଧାମଠାରୁ ୨କିମି. ଦୂର ଗରୁଡ଼ଚଟ୍ଟିରେ ଏହି ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିଲା । ଗୁପ୍ତକାଶୀରୁ ଉଡାଣ ଭରିଥିବା ଏହି ହେଲିକପ୍ଟର କେଦାରଘାଟୀ ଅଭିମୁଖେ ଆସିଥିଲା । ତେବେ ଗରୁଡ଼ଚଟ୍ଟି ନିକଟରେ ହଠାତ ହେଲିକପ୍ଟରଟି କ୍ରାସ୍ ହୋଇଥିଲା । ଏହି ଦୁର୍ଘଟଣାର କାରଣ ଖରାପ ପାଗ ବୋଲି ଅନୁମାନ କରାଯାଉଛି । ଦୁର୍ଘଟରା ଯୋଗୁଁ ହେଲିକପ୍ଟରରେ ଥିବା ୨ ପାଇଲଟ ଏବଂ ୪ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ଏସଡିଆରଏଫ ଟିମ୍ ପହଞ୍ଚିଛି । ତୀର୍ଥରୁ ଫେରିବା ବାଟରେ ଆରମ୍ଭ ହୋଇଥିଲା ପ୍ରବଳ ବର୍ଷା । ଯେଉଁ ସମୟରେ ହେଲିକପ୍ଟର କ୍ରାସ ହୋଇଥିଲା ସେଥିରେ ପାଇଲଟଙ୍କ ସମେତ ୬ ଲୋକ ବସିଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସମସ୍ତେ ଏଥିରେ ପ୍ରାଣ ହରାଇଛନ୍ତି ।

Get real time updates directly on you device, subscribe now.