fbpx

ରାଜ୍ୟର ୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ

ଭୁବନେଶ୍ୱର,୨୩।୧୧(ଓଡିଶା ଭାସ୍କର): ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି । ରମାଦେବୀ ବିଶ୍ବବିଦ୍ୟାଳୟ ପାଇଁ ପ୍ରଫେସର ଅପରାଜିତା ଚୌଧୁରୀ କୁଳପତି ହୋଇଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟ ପାଇଁ ପ୍ରଫେସର ସବିତା ଆଚାର୍ଯ୍ୟ କୁଳପତି ହୋଇଛନ୍ତି।

ସେହିପରି ଫକୀର ମୋହନ ବିଶ୍ବବିଦ୍ୟାଳୟ- ପ୍ରଫେସର ଦୀନବନ୍ଧୁ ସାହୁ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ-ପ୍ରଫେସର ଏନ୍‌. ନାଗରାଜୁ, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ- ପ୍ରଫେସର କିଶୋର କୁମାର ବାସ, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ- ପ୍ରଫେସର ପ୍ରଫୁଲ୍ଲ ମହାନ୍ତି କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ଏସମସ୍ତ କୁଳପତିଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧିପତି ଗଣେଶୀ ଲାଲ।

Get real time updates directly on you device, subscribe now.