fbpx

କାଲି ଚିହ୍ନଟ ହୋଇଥିବା ୧୪ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ଲୋକାଲ୍

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସବୁ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଛି ସେହିପରି ଓଡ଼ିଶାରେ ମଧ୍ୟ ସଂକ୍ରମଣ ବୃଦ୍ଧିପାଇବାରେ ଲାଗିଛି । ଗତକାଲି ଚିହ୍ନଟ ହୋଇଥିବା ୧୪ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଅନ୍ୟ ୮ ଜଣଙ୍କର ଫରେନ୍ ଟ୍ରାଭେଲ୍ ହିଷ୍ଟ୍ରି ଅଛି ଓ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ସରିଛି । ପ୍ଲାଟୋ ଷ୍ଟେଜକୁ ନଆସିବା ଯାଏଁ ସଂକ୍ରମଣ କେବେ କମିବ କହିହେବନି । କଟକଣା ଜାରି କରାଯାଇଛି ସମସ୍ତେ କୋଭିଡ୍ ନିୟମ ମାନନ୍ତୁ । କାଲିଠୁ ପ୍ରିକସନ୍ ଡୋଜ୍ ଟିକାକରଣ ଆରମ୍ଭ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Get real time updates directly on you device, subscribe now.