fbpx

ଆଜି ୬ଟି ଶୁଭ ଯୋଗରେ ପାଳନ ହେବ ଦଶହରା! ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ ପୂଜା ଓ କିଣାକିଣି

ହିନ୍ଦୁ ଧର୍ମରେ ସବୁଠାରୁ ପ୍ରମୁଖ ପର୍ବ ମଧ୍ୟରେ ଗୋଟିଏ ହେଉଛି ଦଶହରା, ଯାହାକୁ ଚଳିତବର୍ଷ ଖୁବ୍ ଧୁମଧାମରେ ପାଳନ କରାଯାଉଛି । ଦଶହରା ଅଶ୍ୱିନ ମାସ ଶୁକ୍ଳ ପକ୍ଷର ଦଶମୀ ତିଥିରେ ପାଳନ କରାଯାଏ, ଯାହକି ଆଜି ୫ ଅକ୍ଟୋବର ବୁଧବାର ଦିନ ପାଳନ କରାଯିବ । ଦଶହରାରେ ୬ଟି ଶୁଭ ଯୋଗ ହେଉଥିବାରୁ ଆଜିର ମହତ୍ତ୍ୱ ଆହୁରି ବଢ଼ିଯାଇଛି । ପଞ୍ଚାଙ୍ଗ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆଜି ଦଶହରାରେ ଶ୍ରାବଣ ନକ୍ଷତ୍ରଙ୍କ ମିଶ୍ରଣ ହେତୁ ୬ ଯୋଗ ସୃଷ୍ଟି ହୋଇଛି । ଏହା ବ୍ୟତୀତ ସୁକର୍ମା ଯୋଗ, ଘୃତି ଯୋଗ, ରବି ଯୋଗ, ହନ୍ସ ଯୋଗ ଏବଂ ଶଶା ଯୋଗ ଭଳି ଅତ୍ୟନ୍ତ ଶୁଭ ଯୋଗ ମଧ୍ୟ ହୋଇଛି । ଏହା ବ୍ୟତୀତ ଆଜି ଗ୍ରହମାନଙ୍କର ସ୍ଥିତି ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ଯୋଗ ପୂଜା, ସପିଂ, ଗୃହ ପ୍ରବେଶ ଏବଂ ପୂଜା-ପାଠ ପରି ଶୁଭ କାର୍ଯ୍ୟ କରିବା ପାଇଁ ଅତ୍ୟନ୍ତ ଖାସ୍ ।

ଦଶହରା ଦିନ ସକାଳ ୦୬.୩୦ ରୁ ୦୯.୧୫ ପର୍ଯ୍ୟନ୍ତ ରବି ଯୋଗ, ୫ ଅକ୍ଟୋବର ସକାଳ ୦୮:୨୧ ପର୍ଯ୍ୟନ୍ତ ସୁକର୍ମା ଯୋଗ ଏବଂ ଦଶହରାର ସକାଳ ୮ଟା ୨୧ରୁ ଆଗାମୀ ଦିନ ୫.୧୮ ପର୍ଯ୍ୟନ୍ତ ଘୃତୀ ଯୋଗ ରହିବ । ଏହା ବ୍ୟତୀତ ଶ୍ରବଣ ନକ୍ଷତ୍ର ଏହି ଦିନ ରହିବ । ଏହା ସହିତ ହନ୍ସ ଯୋଗ ଏବଂ ଶଶ ଯୋଗ ମଧ୍ୟ ଗଠନ ହେବ । ଅନ୍ୟ ପଟେ ଯଦି ଆମେ ଗ୍ରହମାନଙ୍କ ବିଷୟରେ କହୁ, ତେବେ ଅକ୍ଟୋବର ୫ ରେ ସୂର୍ଯ୍ୟ, ବୁଧ ଏବଂ ଶୁକ୍ର କନ୍ୟା ରାଶିରେ ଏକ ସଂଯୋଗ ସ୍ଥାପନ କରିବେ । ଶନି ମକର ରାଶିରେ ଏବଂ ବୃହସ୍ପତି ମୀନ ରାଶିରେ ରହିବେ । ଏହି ପରିସ୍ଥିତି ମଧ୍ୟ ବହୁତ ଶୁଭ । ଅବଶ୍ୟ ହଶହରା ଦିନ ଏତେ ଯୋଗ ରହିଥିବାରୁ ଏହି ଦିନ ଯେକୌଣସି କାର୍ଯ୍ୟ କଲେ ଶୁଭ ଫଳ ମିଳିବ ।

ତେବେ ସୁନା-ରୂପା, ତମ୍ବା-ପିତ୍ତଳ ପରି ଶୁଦ୍ଧ ଧାତୁ କିଣିବା ପାଇଁ ଦଶହରା ଶୁଭ ହୋଇଥାଏ । ଏହା ବ୍ୟତୀତ, ଘର-କାର କିଣିବା, ବୁକିଂ କରିବା, ଗୃହ ପ୍ରବେଶ କରିବା, ଏକ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ମଧ୍ୟ ଦଶହରା ଶୁଭ ହୋଇଥାଏ । ଦଶହରା ଦିନ ଅସ୍ତ୍ରଶସ୍ତ୍ର ଏବଂ ଯାନବାହାନର ପୂଜା ମଧ୍ୟ କରାଯିବା ଉଚିତ୍ ।

Get real time updates directly on you device, subscribe now.