fbpx

ନିଟ୍ ପରୀକ୍ଷା ବାତିଲ ପାଇଁ ୬ ରାଜ୍ୟର ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ, ୨୮ା୮: ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ସଂଖା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେଣୁ କୌଣସି ପରୀକ୍ଷା ହୋଇପାରୁ ନାହିଁ । କିନ୍ତୁ ପରୀକ୍ଷା ନହେଲେ ଛାତ୍ରଛାତ୍ରୀଙ୍କ କ୍ୟାରିଅର ଉପରେ ବେଶ ପ୍ରଭାବ ପଡ଼ିବ । ଏହାରି ମଧ୍ୟରେ ସୁପ୍ରିମକୋର୍ଟରେ ନିଟ୍ ପରୀକ୍ଷା ବାତିଲ ପାଇଁ ୬ଟି ରାଜ୍ୟ ଆବେଦନ କରିଛନ୍ତି । ୬ଟି ରାଜ୍ୟର କ୍ୟବିନେଟ ମନ୍ତ୍ରୀ ମିଳିତ ଭାବେ ଏହି ମାମଲା ରୁଜୁ କରିଛନ୍ତି । ୬ରାଜ୍ୟ ଗୁଡ଼ିକ ପଞ୍ଜାବ, ରାଜସ୍ଥାନ, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର । ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ୧୩ରେ ନିଟ୍ ପରୀକ୍ଷା ଅଛି ।

Get real time updates directly on you device, subscribe now.