fbpx
BSKY
BJD SHG SKY
BJD MC SKY

ଗୋଟିଏ ଓଭରରେ ୬ଟି ୱିକେଟ ହାସଲ କଲେ ବୋଲର: ଡବଲ ହାଟ୍ରିକ ନେଇ ରଚିଲେ ଇତିହାସ

ନୂଆଦିଲ୍ଲୀ: କ୍ରିକେଟ ମଇଦାନରେ ଏମିତି ଅନେକ ଘଟଣା ଘଟିଥାଏ ଯାହା ଇତିହାସର ଫର୍ଦ୍ଦରେ ଲେଖା ହୋଇଥାଏ । ଖେଳାଳିମାନେ ମ୍ୟାଚ ମଝିରେ ଏମିତି ଅନେକ କାରନାମା କରି ରେକର୍ଡ ସୃଷ୍ଟି କରିଥାନ୍ତି । କେହି ଦ୍ରୁତତମ ଶତକ/ଅର୍ଦ୍ଧଶତକ ହାସଲ କରି ରେକର୍ଡ କରନ୍ତି ତ କେହି ଗୋଟିଏ ଓଭରରେ ୬ଟି ଛକା ମାରି ଇତିହାସ ସୃଷ୍ଟି କରନ୍ତି । ତେବେ ବର୍ତ୍ତମାନ ଗୋଟିଏ ଓଭରରେ ୬ଟି ୱିକେଟ ହାସଲ କରି ଜଣେ ଖେଳାଳି ରେକର୍ଡ ନିଜ ନାମରେ କରିଛନ୍ତି । ଡବଲ ହାଟ୍ରିକ ନେଇ ସେ ନିଜ ନାମକୁ କ୍ରିକେଟ ଇତିହାସରେ ଲିପିବଦ୍ଧ କରାଇଛନ୍ତି ।

କ୍ରିକେଟର ଯେ କୌଣସି ଫର୍ମାଟରେ ହାଟ୍ରିକ ୱିକେଟ ହାସଲ କରିବା ଜଣେ ବୋଲରଙ୍କ ପାଇଁ କୁବ ବଡ ଅନୁଭୂତି ହୋଇଥାଏ । କିନ୍ତୁ ଓଲିଭର ହ୍ୱାଇଟ ହାଉସ ନାମକ ଜଣେ ୧୨ ବର୍ଷର ଖେଳାଳି ଡବଲ ହାଟ୍ରିକ ନେବାରେ ସଫଳ ହୋଇଛନ୍ତି । ଅର୍ଥାତ୍ ଓଭରର ୬ଟି ବଲରେ ୬ଟି ୱିକେଟ ନେଇ ସେ ରେକର୍ଡ ସୃଷ୍ଟି କରିଛନ୍ତି । କୁକହିଲ ବିପକ୍ଷ ମ୍ୟାଚରେ ବ୍ରାମ୍ସଗ୍ରୋଭ କ୍ରିକେଟ କ୍ଲବ ପାଇଁ ଖେଳି ସେ ଏହି ରେକର୍ଡ ରଚିଛନ୍ତି । କେବଳ ସେତିକି ନୁହେଁ, ଏହି ମ୍ୟାଚରେ ମାତ୍ର ୨ ଓଭର ବୋଲିଂ କରିଥିବା ବେଳେ କୌଣସି ରନ୍ ନ ଦେଇ ସେ ୮ ରନ୍ ଦେଇଛନ୍ତି ।

ଏହି ରେକର୍ଡ ପରେ ଦଳର ଅଧିନାୟକ ଜେଡେନ ଲେବିଟ କହିଛନ୍ତି ଯେ, ଓଲିଭର ଏମିତି କାରନାମା କରିଥିବା ମୋର ଏପର୍ଯ୍ୟନ୍ତ ବିଶ୍ୱାସ ହେଉନାହିଁ । ସେ ବିଷୟରେ କହିବା କଷ୍ଟକର । ଗୋଟିଏ ଓଭରରେ ଡବଲ ହାଟ୍ରିକ ହାସଲ କରିବା ଖୁବ ଆଶ୍ଚର୍ଯ୍ୟଜନକ ଘଟଣା । ଏହା ଏକ ଅଦ୍ଭୁତ ପ୍ରୟାସ ଏବଂ ମୋତେ ଲାଗୁଛି ଯେବେ ପର୍ଯ୍ୟନ୍ତ ସେ ବଡ ହୋଇ ନାହାନ୍ତି, ଏହି ଉପଲବ୍ଧିକୁ ସେ ଅନୁଭବ କରି ପାରିବେ ନାହିଁ ।

Get real time updates directly on you device, subscribe now.