fbpx

ବଡ଼ ଖବର: ସାଂସଦଙ୍କ ପତ୍ନୀ ଓ ପୁଅ ସମେତ ଅଡିଟରଙ୍କୁ ଅପହରଣ: ୧ କୋଟି ଟଙ୍କା ଦାବି

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପରିସ୍ଥିତି ଏପରି ହେଲାଣି ଯେ ସାଧାରଣ ଜନତାଙ୍କ କଥା ଛାଡ଼ନ୍ତ, ବଡ଼ ବଡ଼ ଲୋକମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ତେବେ ଏହି କ୍ରମରେ ମଧ୍ୟରେ ଜଣେ ରାଜନେତାଙ୍କ ପତ୍ନୀ ଓ ପୁଅଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିନେଇଥିଲେ । ଆନ୍ଧ୍ରପ୍ରଦେଶରୁ ଆସିଛି ଏଭଳି ଏକ ବଡ଼ ଖବର । ତେବେ ଅପହରଣର କିଛି ଘଣ୍ଟା ପରେ ପୋଲିସ ସମସ୍ତ ଅପହୃତଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା ।

ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶରେ ଦୁର୍ବୃତ୍ତମାନେ ରଚିଥିଲେ ଏଭଳି ଏକ ମାୟାଜାଲ । ଶାସକ ୱାଇଏସଆର କଂଗ୍ରେସ ସାଂସଦ ଏମଭିଭି ସତ୍ୟନାରାୟଣଙ୍କ ପତ୍ନୀ, ପୁଅ ଓ ତାଙ୍କ ଅଡିଡରଙ୍କୁ କିଛି ଅସାମାଜିକ ବ୍ୟକ୍ତି ଅପହରଣ କରିନେଇଥିଲେ । ସମସ୍ତଙ୍କୁ ବିଶାଖାପାଟଣାରୁ ଅପହରଣ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା । ଏଥିସହିତ ଏହି ଘଟଣାରେ ଜଡ଼ିତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା ।

ତେବେ ଏହି ଅପହରଣ କରିବା ପଛରେ ଦୁର୍ବୃତ୍ତଙ୍କର କିଛି ବଡ଼ ଧରଣର ପ୍ଲାନିଂ ରହିଥିଲା । ସେମାନେ ଅପହୃତଙ୍କୁ ଛାଡ଼ିବା ବଦଳରେ ୧ କୋଟି ଟଙ୍କା ଦାବି କରିଥିଲେ । ମାତ୍ର ଠିକଣା ସମୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିପାରିଥିଲା । ଏଥିସହିତ ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିଲା । ତେବେ ଏହି ରେସକ୍ୟୁ ଅପରେସନରେ କିଛି ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଅପହରଣକାରୀଙ୍କ ମୋବାଇଲ ଫୋନକୁ ଟ୍ରେସ କରି ପୋଲିସ ସେମାନଙ୍କ ନିକଟରେ ପହଞ୍ଚି ପାରିଥିଲା ।

Get real time updates directly on you device, subscribe now.