fbpx
BSKY
BJD SHG SKY
BJD MC SKY

ସଇତାନ ସଜାଇଲା ସମ୍ପତ୍ତି ଲୋଭ; ବିଧବା ମା’କୁ ମାରି କରି କାନ୍ଥରେ ପୋତି ଦେଲା ପୁଅ

ଶିଓପୁର: ମଧ୍ୟପ୍ରଦେଶର ଶିଓପୁର ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ପୁଅ ଧନ ଲୋଭରେ ବିଧବା ମା’ଙ୍କୁ ହତ୍ୟା କରି ମୃତଦେହକୁ କାନ୍ଥରେ ଲୁଚାଇ ରଖିଥିଲା । ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, କୋତଓ୍ଵାଲି ଥାନା ଅଞ୍ଚଳର ଜଣେ ଯୁବକ ଗତ ୬ ତାରିଖରେ ତାଙ୍କ ମା’ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ଅଭିଯୋଗକାରୀ ପୁଅକୁ ପଚରାଉଚରା କରିବା ପରେ ମାମଲା ରୁଜୁ ହୋଇଥିଲା । ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଦୀପକଙ୍କୁ ବୁଧବାର, ମେ ୯ ରାତିରେ ସନ୍ଦେହରେ ପଚରାଉଚରା କରାଯାଇଥିଲା ।

ପ୍ରଥମେ ସେ କିନ୍ତୁ ପୋଲିସକୁ ବିଭ୍ରାନ୍ତ କରୁଥିଲେ ମଧ୍ୟ କଡ଼ା ପଚରାଉଚରା ପରେ ସେ ମା’କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା । ସେ କାହିଁକି ତାଙ୍କ ମା’ ସହ ଏପରି କଲା ତାହା ମଧ୍ୟ ସାମ୍ନାକୁ ଆସିଛି । ସମ୍ପତ୍ତି ଲୋଭରେ ମା’କୁ ହତ୍ୟା କରିବା ପରେ ମୃତଦେହକୁ କାନ୍ଥରେ ପୋତି ଦେଇଥିବା କୁହାଯାଉଛି । ସୂଚନାଯୋଗ୍ୟ, ପୁଅ ନିଜର ଅପରାଧ ସ୍ୱୀକାର କରିଛି । ପୋଲିସ ମୃତଦେହକୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛି ।

 

 

 

 

Get real time updates directly on you device, subscribe now.