fbpx
BSKY
BJD SHG SKY
BJD MC SKY

ଆଜି ଭୁବନେଶ୍ୱର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ; ରାତି ୮ଟାରେ କରିବେ ରୋଡ୍ ସୋ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଜି ଭୁବନେଶ୍ୱର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାତି ୮ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ରୋଡ୍ ସୋ କରିବେ ମୋଦୀ । ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ଯାଏଁ ହେବ ରୋଡ୍ ସୋ । ରାତି ସାଢ଼େ ୯ଟା ଯାଏଁ ଚାଲିବ ମୋଦୀଙ୍କ ରୋଡ୍ ସୋ । ମାଷ୍ଟରକ୍ୟାଣ୍ଟିନ୍ ଠାରୁ ବାଣୀ ବିହାର ଯାଏଁ ରାସ୍ତା ସିଲ୍ ରହିବ । ଆଜି ଅପରାହ୍ନ ୨ଟାରୁ ରୋଡ୍ ସୋ’ ସରିବା ଯାଏଁ ଗାଡ଼ି ଚଳାଚଳ ମନା । ରାଜଭବନରେ ରାତ୍ରୀଯାପନ ପରେ କାଲି ୩ ଜିଲ୍ଲା ଯିବେ ମୋଦୀ । କାଲି କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ ସମାବେଶରେ ଯୋଗ ଦେବେ ।

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ’ ଲାଗି ଟ୍ରାଫିକ୍ କଟକଣା ଲଗାଯାଇଛି । ଗତକାଲିଠୁ ଜନପଥରେ ଟ୍ରାଫିକ୍ କଟକଣା ଜାରି କରିଛି କମିଶନରେଟ୍ ପୋଲିସ୍ । ଆଜି ଅପରାହ୍ନ ୨ଟାରୁ ରୋଡ୍ ଶୋ’ ସରିବା ଯାଏ ଗାଡି ଚଳାଚଳ ମନା । ଏପରିକି ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ରାସ୍ତାରେ ଗାଡି ଚଳାଚଳ ମନା । ଜନପଥକୁ ସଂଯୋଗ କରୁଥିବା ସବୁ ଗଳିରୁ ଗାଡି ରାସ୍ତାକୁ ବି ଛଡାଯିବ ନାହିଁ ।

Get real time updates directly on you device, subscribe now.