fbpx
BSKY
BJD SHG SKY
BJD MC SKY

(Video) ଖୋଲିଲା କେଦାର ନାଥ ଧାମର କବାଟ, ହର ହର ମହାଦେବ ଧ୍ୱନୀରେ କମ୍ପିଲା ଦେବଭୂମି

ନୂଆଦିଲ୍ଲୀ: କେଦାରନାଥ ଧାମ ଆଜି ସଂପୂର୍ଣ୍ଣ ବିଧି-ବିଧାନ ସହ ଦେଶ ବିଦେଶର ଶ୍ରଦ୍ଧାଳୁମାନଙ୍କ ପାଇଁ ଖୋଲିଛି । ଏହି ସମୟରେ ମନ୍ଦିରକୁ ବହୁ ସଂଖ୍ୟାରେ ଭକ୍ତମାନଙ୍କର ସୁଅ ଛୁଟିଛି । ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଧ୍ୟ ପହଁଚିଛନ୍ତି । ଧାମରେ ଯାତ୍ରୀମାନଙ୍କ ପାଇଁ ଆସ୍ତା ପଥ ନିର୍ମାଣ କରାଯାଇଛି । ସେହିପରି ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମର କବାଟ ଆଜି ଦେଶ ବିଦେଶ ଶ୍ରଦ୍ଧାଳୁମାନଙ୍କ ପାଇଁ ଖୋଲିଯିବ । ତେବେ ଯମୁନୋତ୍ରୀ ଧାମର କବାଟ ଆଜି ସକାଳ ୧୦ଟା ୨୯ ମିନିଟରେ ସଂପୂର୍ଣ୍ଣ ବିଧି-ବିଧାନ ସହ ଖୋଲିବ ।

ଶୁଭ ମୁହୁର୍ତ୍ତ ମୁତାବକ ବିଧି-ବିଧାନ ଏବଂ ଧାର୍ମିକ ପରମ୍ପରା ମୁତାବକ କେଦାରନାଥ ରାୱଲ ଭୀମାଶଙ୍କର ଲିଙ୍ଗ, ମୁଖ୍ୟ ପୂଜାରୀ ଶିବ ଶଙ୍କର ଲିଙ୍ଗ, ପ୍ରଶାସନ, ବିକେଟିସୀ ଅଧିକାରୀ ଏବଂ ସ୍ଥାନୀୟ ଲୋକମାନେ ଏବଂ ଶ୍ରଦ୍ଧାଳୁମାନଙ୍କ ଉପସ୍ଥିତିରେ ମନ୍ଦିର କବାଟ ଖୋଲାଯାଇଛି । ତେବେ ପ୍ରଶାସନର ଉପସ୍ଥିତିରେ ମୁଖ୍ୟ ଫାଟକ ତାଲା ଖୋଲା ଯାଇଥିଲା । ଏହାପରେ ଗର୍ଭଗୃହର ଦ୍ୱାର ଖୋଲା ଗଲା । ତେବେ ଗର୍ଭଗୃହରେ ରାୱଲ ଏବଂ ମୁଖ୍ୟ ପୂଜାରୀମାନେ ପୂଜାଅର୍ଚ୍ଚନା କରିଛନ୍ତି ।

Get real time updates directly on you device, subscribe now.