fbpx
BSKY
BJD SHG SKY
BJD MC SKY

୧୨ ହଜାର କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟାରେ କାର୍ଯ୍ୟ କରୁଛି SBI, IT ଏବଂ ସହଯୋଗୀ ଭୂମିକା ପାଇଁ ଦିଆଯିବ ବ୍ୟାଙ୍କିଙ୍ଗ ଏକ୍ସପୋଜର: ଦିନେଶ ଖାରା

ନୂଆଦିଲ୍ଲୀ: ଦେଶର ବୃହତ୍ତମ ଋଣ ପ୍ରଦାନକାରୀ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(SBI) ଗ୍ରାହକଙ୍କୁ ଅନେକ ସୁବିଧା ଯୋଗାଇ ଆସୁଛି । ବର୍ତ୍ତମାନ ସୂଚନା ଓ ପ୍ରଯୁକ୍ତିବିଦ୍ୟା(IT ) ସହ ଅନ୍ୟାନ୍ୟ ଭୂମିକା ପାଇଁ SBI ପ୍ରାୟ ୧୨ ହଜାର କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟାରେ କାର୍ଯ୍ୟ କରୁଛି । ଏହି ନୂତନ କର୍ମଚାରୀଙ୍କୁ ବ୍ୟାଙ୍କିଙ୍ଗ କ୍ଷେତ୍ର ସହ ଜଡ଼ିତ ଏକ୍ସପୋଜର ଦିଆଯିବ । ଏହା ପରେ ସେମାନଙ୍କୁ IT ଏବଂ ଅନ୍ୟ ସହଯୋଗୀ ଭୂମିକାକୁ ସ୍ଥାନାନ୍ତରିତ କରାଯିବା ନେଇ ଏସବିଆଇ ଚେୟାରମ୍ୟାନ୍ ଦିନେଶ ଖାରା ଗୁରୁବାର ସୂଚନା ଦେଇଥିଲେ ।

ଏସବିଆଇ ଚେୟାରମ୍ୟାନ ଦିନେଶ ଖାରା ଆହୁରି ମଧ୍ୟ କହିଥିଲେ ଯେ ଟେକ୍ନୋଲୋଜି ଦକ୍ଷତା ପାଇଁ ନୂତନ କର୍ମଚାରୀଙ୍କ ନିଯୁକ୍ତି ଉପରେ ମଧ୍ୟ ବ୍ୟାଙ୍କ ବିଶେଷ ଦୃଷ୍ଟି ରଖିଛି । ପ୍ରାୟ ୧୧ ହଜାରରୁ ୧୨ ହଜାର କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଏମାନେ ସାଧାରଣ କର୍ମଚାରୀ କିନ୍ତୁ ବାସ୍ତବରେ ଆମର ଏକ ସିଷ୍ଟମ ଅଛି ଯେଉଁଠାରେ ଆମର ସହଯୋଗୀ ଏବଂ ଅଧିକାରୀଙ୍କ ସ୍ତରରେ ପ୍ରାୟ ୮୫% ଇଞ୍ଜିନିୟର ଅଟନ୍ତି । ବ୍ୟାଙ୍କିଙ୍ଗକୁ ବୁଝିବା ପାଇଁ ଆମେ ସେମାନଙ୍କୁ କିଛି ଏକ୍ସପୋଜର ଦେଇଥାଉ ଏହା ପରେ ସେମାନଙ୍କୁ ବିଭିନ୍ନ ସହଯୋଗୀ ସହ ପ୍ରଯୁକ୍ତିବିଦ୍ୟା ଭୂମିକାରେ ନିଯୋଜିତ କରିଥାଉ ବୋଲି କହିଥିଲେ ଦିନେଶ ଖାରା ।

୨୦୨୩ ଆର୍ଥିକ ବର୍ଷରେ ବ୍ୟାଙ୍କର ମୋଟ୍ କର୍ମଚାରୀଙ୍କ ସଂଖ୍ୟା ୨, ୩୫, ୮୫୮ ଥିଲା ଯାହା ମାର୍ଚ୍ଚ ୨୦୨୪ର ଆର୍ଥିକ ବର୍ଷରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇ ୨, ୩୨, ୨୯୬ରେ ପହଞ୍ଚିଥିଲା । ଅପରପକ୍ଷେ ଏକ ତ୍ରୈମାସିକ ରିପୋର୍ଟରୁ ପ୍ରକାଶ ଯେ SBIର ସୁଧ ୧୯% ବୃଦ୍ଧି ହୋଇ ୧.୧୧ ଲକ୍ଷ କୋଟିରେ ପହଂଚିଛି ଯାହା ଏକ ବର୍ଷ ପୂର୍ବେ ୯୨, ୯୫୧ କୋଟି ଟଙ୍କା ଥିଲା । ଚଳିତ ବର୍ଷ ମାର୍ଚ୍ଚ ତ୍ରୈମାସିକରେ ବ୍ୟାଙ୍କର ସମ୍ପତ୍ତି ଗୁଣବତ୍ତା(Asset quality)ରେ ଉନ୍ନତି ପରିଲିଖିତ ହୋଇଛି । SBIର ମୋଟ୍ GNPA ଗତ ବର୍ଷ ୨.୭୮% ତୁଳନାରେ ୨.୨୪%ରେ ପହଂଚିଛି । ସେହିପରି ଗତ ବର୍ଷର ୦.୬୭ ତୁଳନାରେ net NPA ୦.୫୭ % ପହଂଚିଛି । ବିଗତ ୧୦ ବର୍ଷ ମଧ୍ୟରେ GNPA ସର୍ବନିମ୍ନ ୨.୨୪%ରେ ପହଂଚିଛି ବୋଲି କହିଛନ୍ତି ଖାରା । Q4FY24ରେ, ମୋଟ୍ ଆୟ ୧.୨୮ ଲକ୍ଷକୁ ବୃଦ୍ଧି ପାଇଥିଲା ଯାହା ଗତ ବର୍ଷ ୧.୬୭ ଲକ୍ଷ କୋଟି ଟଙ୍କା ଥିଲା । ସେହିପରି ଅପରେଟିଂ ଖର୍ଚ୍ଚ ବୃଦ୍ଧି ପାଇ ୩୦, ୨୭୬ରେ ପହଂଚିଛି ଯାହା ଗତ ବର୍ଷ ୨୯, ୭୩୨କୋଟି ଥିଲା । ଦେଖିବାକୁ ଗଲେ ପୂର୍ବ ବର୍ଷ ତୁଳନାରେ ସାମଗ୍ରୀକ ବ୍ୟବସ୍ଥା ପ୍ରାୟ ୩, ୩୧୫ କୋଟିରୁ ୧୬୦୯ କୋଟି ଟଙ୍କା ହ୍ରାସ ପାଇଛି ।

 

Get real time updates directly on you device, subscribe now.