fbpx

କରୋନାର କରାଳରୂପ , ୬୦ରୁ ଅଧିକ ଡାକ୍ତର ଓ ନର୍ସ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ, ୪ା୪:  କରୋନା ଭାଇରସ୍ ସହ ଲଢେଇ କରୁଥିବା ଡାକ୍ତର ମଧ୍ୟ ଏହି ରୋଗର ସଂକ୍ରମଣରେ ଆସିଛନ୍ତି। ଏପର୍ଯ୍ୟନ୍ତ ୬୦ରୁ ଅଧିକ ଡାକ୍ତର ଓ ମେଡିକାଲ ଷ୍ଟାଫ୍ ଙ୍କର ପଜିଟିଭ ଆସିସାରିଲେଣି। ଯେଉଁ ଡାକ୍ତର ଓ ମେଡିକାଲ ଷ୍ଟାଫ୍ ସଂକ୍ରମିତ ହୋଇଛନ୍ତି ସେମାନେ ରୋଗୀଙ୍କ ଚିକିତ୍ସା ସମୟରେ ହୋଇଛନ୍ତି ନା ନିଜର କର୍ମକ୍ଷେତ୍ରଠାରୁ ବାହାରେ କଣ୍ଟାକ୍ଟ ହିଷ୍ଟ୍ରୀରେ ହୋଇଛନ୍ତି ସରକାର ଏହା ଉପରେ ନଜର ରଖିଛନ୍ତି। ଡାକ୍ତର ଓ ମେଡିକାଲ ଷ୍ଟାଫ୍ କେଉଁଠାରୁ କରୋନା ସଂକ୍ରମିତ ହୋଇଛନ୍ତି ତାହାର ଖବର ଏବେ ନିଆଯାଉଛି। ହସ୍ପିଟାଲର ହେଲଥ୍ କେୟାର ଷ୍ଟାଫଙ୍କ ପାଇଁ ପର୍ସନାଲ ପ୍ରୋଟେକ୍ଟିଭ ଇକ୍ବିପମେଣ୍ଟର ସମସ୍ୟା ଦେଖିବାକୁ ମିଳିଛି। ଏହା ଅଭାବ କାରଣରୁ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କୁ ବଡ ବିପଦ ହୋଇପାରେ।

Get real time updates directly on you device, subscribe now.