fbpx
BSKY
BJD MC SKY
BJD YOUTH SKY

୪୫ଜଣଙ୍କୁ ଉଠାଇ ନେଲା ପୋଲିସ, କ୍ୱାରେଣ୍ଟାଇନ୍‌ରେ ରଖିଲା

ଭୁବନେଶ୍ୱର, ୪ା୪ (ଓଡ଼ିଶା ଭାସ୍କର): ସଟ୍‌ଡାଉନ୍ ସମୟରେ ନିୟମ ନମାନି ବୁଲାବୁଲି କରିବା ଅଭିଯୋଗରେ କେବଳ ଭୁବନେଶ୍ୱରରୁ ୪୫ଜଣଙ୍କୁ ପୋଲିସ ଉଠାଇ ନେଇ କ୍ୱାରେଣ୍ଟାଇନ୍‌ରେ ରଖିଛି । କେବଳ ଖଣ୍ଡଗିରି ଥାନା ଅଞ୍ଚଳରୁ ୨୦ଜଣଙ୍କୁ ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି । ସେମାନଙ୍କୁ ପୋଲିସ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ଫଳରେ ସଟ୍‌ଡାଉନ୍ ସମୟରେ ବାହାରେ ବୁଲାବୁଲି କରିବା ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ପ୍ରକାଶଯୋଗ୍ୟ, ରାଜ୍ୟର ରାଜଧାନୀ ଭୁବନେଶ୍ୱର, କଟକ ଓ ଭଦ୍ରକରେ ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍ ଘୋଷଣା କରାଯାଇଛି । ଏହି ସମୟରେ ଦୋକାନ ବଜାରଗୁଡ଼ିକ ବନ୍ଦ ରହିବ ବୋଲି ଶୁକ୍ରବାର ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଘୋଷଣା କରିଥିଲେ । ଏହାସହ ଯେଉଁମାନେ ନିୟମ ନମାନି ବୁଲାବୁଲି କରିବେ ସେମାନଙ୍କୁ ପୋଲିସ ଉଠାଇନେବା ସହ ସେମାନଙ୍କୁ ୧୪ ଦିନ ପାଇଁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍‌ରେ ରଖାଯିବ ବୋଲି ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.