fbpx

ପଟିଆଲା ଲ’ ୟୁନିଭର୍ସିଟିରେ ‘କରୋନା ବୋମା’: ୬୦ ଛାତ୍ର ପଜିଟିଭ୍, କଣ୍ଟେନମେଣ୍ଟ ଜୋନ୍ ଘୋଷଣା

Advertisement

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ଥରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ପଞ୍ଜାବର ପଟିଆଲା ନ୍ୟାସନାଲ ଲ’ ୟୁନିଭର୍ସିଟିରେ ୬୦ ଜଣ ଛାତ୍ର କରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ପରେ ୟୁନିଭର୍ସିଟି ପରିସରକୁ କଣ୍ଟେନମେଣ୍ଟ ଜୋନା ଘୋଷଣା କରାଯାଇଛି ।

ୟୁନିଭର୍ସିଟିରେ ଏତେ ସଂଖ୍ୟାରେ ପଜିଟିଭ କେସ୍ ସାମ୍ନାକୁ ଆସିବା ପରେ ୧୦ ମେ’ ପର୍ଯ୍ୟନ୍ତ ହଷ୍ଟେଲ ଖାଲି କରିବାକୁୁ ପ୍ରଶାସନ କହିଛି, ଯାହାଫଳରେ ସଂକ୍ରମଣକୁ ରୋକାଯାଇପାରିବ । ପଜିଟିଭ ବାହାରିଥିବା ଛାତ୍ରଙ୍କୁ ଆଇସୋଲେଟରେ ରଖାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ୟୁନିଭର୍ସିଟିରେ ଗତ ୪ ଦିନ ହେବ କରୋନା ମାମଲା ସାମ୍ନାକୁ ଆସୁଛି । ସୂଚନା ପାଇବା ପରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ୟୁନିଭର୍ସିଟି ଯାଇ ଯାଞ୍ଚ କରୁଛନ୍ତି । ଆଗାମୀ ଦିନରେ କରୋନା ସଂକ୍ରମଣ ମାମଲା ଅଧିକ ବଢ଼ିବାର ସମ୍ଭାବନା ଥିବା କୁହାଯାଉଛି ।

ଅନ୍ୟପଟେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୨୭୫ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୫୫ ଜଣ ଆକାନ୍ତଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ, ଏବେ ବି ଆକ୍ଟିଭ୍ ମାମଲା ୧୯ ହଜାର ୭୧୯ ରହିଛି । ସେହିପରି କରୋନାରେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୨୩ ହଜାର ୯୭୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ୪ କୋଟି ୨୫ ଲକ୍ଷ ୬୯୯ ଜଣ ଆକ୍ରାନ୍ତ ଏବେ ସୁଦ୍ଧା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କାଲି ୩ ହଜାର ୧୦ ଜଣ ଲୋକ ସୁସ୍ଥ ହୋଇଥିଲେ ।

Get real time updates directly on you device, subscribe now.