fbpx

ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୬୧କୁ ବୃଦ୍ଧି : ଫ୍ରାନ୍ସ, ଜର୍ମାନୀ ଓ ସ୍ପେନ ନାଗରିକଙ୍କ ଭିସା ବାତିଲ୍

ନୂଆଦିଲ୍ଲୀ,୧୧ ।୩: ଚୀନରୁ ଆରମ୍ଭ ହୋଇଥିବା ମାରାତ୍ମକ କରୋନା ଭାଇରସ୍ ଭାରତରେ ଚିନ୍ତାର ବିଷୟ ପାଲଟିଛି । ମଙ୍ଗଳବାର ଦିନ କେରଳର ୮ ଜଣ, କର୍ଣ୍ଣାଟକରେ ୩ ଓ ମହାରାଷ୍ଟ୍ରରେ ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ନୂଆ ମାମଲାକୁ ସାମ୍ନାକୁ ଆସିବା ପରେ ସାରା ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି । ଏହା ସହ ଭାରତରେ ପ୍ରଥମଥର ପାଇଁ ଦୁଇ ରୋଗୀଙ୍କୁ ଏଚ.ଆଇ.ଭି ଔଷଧ ସହ ଚିକିତ୍ସା କରାଯାଉଛି ।

କରୋନା ଭାଇରସ୍ ପ୍ରଭାବିତ ଦେଶ ଇରାନରୁ ୫୮ ଜଣ ଭାରତୀୟଙ୍କୁ ଫେରାଇ ଆଣିଛି ଭାରତୀୟ ବାୟୁସେନା । ଏହା ସହ ଇରାନରୁ ଅଧିକ ଭାରତୀୟଙ୍କୁ ଫେରାଇ ଆଣିବାକୁ ସରକାର ଲାଗିଛନ୍ତି ବୋଲି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି । କରୋନା ଭାଇରସକୁ ରୋକିବା ପାଇଁ ଶିକ୍ଷାନୁଷ୍ଠାନ ଓ ସିନେମାଘର ଗୁଡିକ ବନ୍ଦ ରଖିବା ସହ ଅନେକ ପ୍ରତିବନ୍ଧକ ଲଗାଇଛନ୍ତି ସରକାର ।

କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିବା ହେତୁ ମଙ୍ଗଳବାର ଦିନ ଫ୍ରାନ୍ସ, ଜର୍ମାନୀ ଓ ସ୍ପେନର ନାଗରିକଙ୍କ ପ୍ରବେଶକୁ ସାମୟିକ ଭାବେ ବନ୍ଦ କରାଯାଇଛି । ଏହା ସହ ଫ୍ରାନ୍ସ, ଜର୍ମାନୀ ଓ ସ୍ପେନରୁ ଆସୁଥିବା ନାଗରିକଙ୍କ ନିୟମିତ ଏବଂ ଇ-ଭିସା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

Get real time updates directly on you device, subscribe now.