fbpx

ଦେଶରେ ୬୨ମୁଣ୍ଡ ନେଲାଣି କରୋନା

AAKASH

ନୂଆଦିଲ୍ଲୀ, ୪ା୪: ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ ଭାରତରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସରକାରୀ ଅନୁସାରେ ବର୍ତ୍ତମାନ ଦେଶରେ ୬୨ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାର ୫୪୭ଜଣ । ୨୫୪୭ ଜଣଙ୍କ ମଧ୍ୟରୁ ୧୬୩ଜଣ ସୁସ୍ଥ ହୋଇଛନ୍ତି । ଏବେ ୨୩୨୨ ଜଣ କରୋନା ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ସେହିପରି ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୫୯ହଜାର ୧୪୧ଜଣରେ ପହଞ୍ଚିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୯୮ହଜାର ୦୦୬ଜଣ ରହିଛି । ବିଶ୍ୱରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୨ଲକ୍ଷ ୨୮ହଜାର ୪୦୫ ଜଣ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.