fbpx

ଖୁସି ଖବର: ରାଜ୍ୟରେ ଆଉ ୬୪୩ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨୩ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୬୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୪୪, ବାଲେଶ୍ୱରରୁ ୩୧, ମୟୂରଭଞ୍ଜରୁ ୨୮, କଟକରୁ ୨୭, ଜଗତସିଂହପୁରରୁ ୧୫, ବରଗଡରୁ ୧୪, କନ୍ଧମାଳରୁ ୧୪, ଢେଙ୍କାନାଳରୁ ୧୧, କେନ୍ଦୁଝରରୁ ୧୧, ଭଦ୍ରକରୁ ୮, ଗଜପତିରୁ ୬, ବଲାଙ୍ଗୀର ଓ ଝାରସୁଗୁଡାରୁ ୫ ଜଣ ଲେଖାଏଁ, ଯାଜପୁର ଓ ସୁନ୍ଦରଗଡରୁ ୪ ଜଣ ଲେଖାଏଁ, କେନ୍ଦ୍ରାପଡା ଓ କୋରାପୁଟରୁ ୩ ଜଣ ଲେଖାଏଁ, ସମ୍ବଲପୁରରୁ ୨ ଓ ଅନୁଗୁଳରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.