fbpx
BJD
BJD SKY
BJD SKY

AIIMSରେ ଖାଲିହେଲା ୬୫୮ ପୋଷ୍ଟ: ଗ୍ରୁପ-ଏ, ଗ୍ରୁ-ବି, ଗ୍ରୁପ-ସି ପଦରେ ଦିଆଯିବ ନିଯୁକ୍ତି

BJD

ଚାକିରି ଖୋଜୁଥିବା ସମସ୍ତ ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର । ଅଖିଳ ଭାରତୀୟ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ପକ୍ଷରୁ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି । ମୋଟ ୬୫୮ଟି ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା, ଦଶମ, ଯୁକ୍ତଦୁଇ, ଡିପ୍ଲୋମା, ଡିଗ୍ରୀ, ପିଜି, ପିଏଚ.ଡି ରହିଥିଲେ ସେମାନେ ଏହି ଚାକିରି ପାଇଁ ଆବେଦନ କରିପାରିବେ ।

ପ୍ରାର୍ଥୀଙ୍କୁ ଆସନ୍ତା ମାସ ୨୮ ତାରିଖ ସୁଦ୍ଧା ଆବେଦନ କରିବାକୁ ପଡ଼ିବ । ଗ୍ରୁପ-ଏ, ଗ୍ରୁପ-ବି ଓ ଗ୍ରୁପ-ସି ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଜେନେରାଲ / ଓବିସି ପ୍ରାର୍ଥୀଙ୍କ ପାଇଁ ୩ ହଜାର, ଏସସି / ଏସଟି / ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କ ପାଇଁ ୨୪୦୦ ଟଙ୍କାର ଆବେଦନ ଫିସ୍ ରହିଛି । ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ଏହା ଛାଡ଼ କରାଯାଇଛି । ପ୍ରାର୍ଥୀଙ୍କୁ ଡେବିଟ / କ୍ରେଡିଟ / ନେଟ ବ୍ୟାଙ୍କିଂରେ ଅନଲାଇନ୍ ମୋଡ଼ରେ ପେମେଣ୍ଟ କରିବାକୁ ପଡ଼ିବ ।

ଗ୍ରୁପ-ଏ ପଦ ପାଇଁ ବୟସ ଯୋଗ୍ୟତା ୨୧ରୁ ୫୦ ବର୍ଷ, ଗ୍ରୁପ-ବି ପଦ ପାଇଁ ୧୮ରୁ ୪୫ ବର୍ଷ ଓ ଗ୍ରୁପ-ସି ପଦ ପାଇଁ ୧୮ରୁ ୩୫ ବର୍ଷ ରହିଛି । ବୟସ କୋହଳ ନିୟମ ଅନୁଯାୟୀ ଧାର୍ୟ୍ୟ କରାଯିବ । ସମସ୍ତ ପଦ ପାଇଁ ଦରମା ହାର ଅଲଗା ଅଲଗା ରହିଛି । ପ୍ରାର୍ଥୀଙ୍କୁ ଅନଲାଇନରେ ସେମାନଙ୍କର ଆବେଦନ କରିବାକୁ ପଡ଼ିବ । ପ୍ରାର୍ଥୀଙ୍କୁ କୌଣସି ରେଜିଷ୍ଟ୍ରେସନ ସ୍ଲିପ ପଠାଇବାକୁ ପଡ଼ିବ ନାହିଁ । ପ୍ରାର୍ଥୀମାନେ ନିଜ ପାଖରେ ରେଜିଷ୍ଟ୍ରେସନ ସ୍ଲିପ ଓ ପେମେଣ୍ଟ ରିସିପ୍ଟର ଏକ କପି ରଖିବାକୁ ପରାମର୍ଶ ଦିଆଯାଇଛି ।

ଅନଲାଇନ୍ ଆବେଦନ ଲିଙ୍କ: Available Soon

ନୋଟିଫିକେସନ ଲିଙ୍କ: https://aiimspatna.edu.in/advertisement/Recruitment_advt_26_04_23_2.pdf

ୱେବସାଇଟ୍ ଲିଙ୍କ: https://aiimspatna.edu.in/advertisement/

Get real time updates directly on you device, subscribe now.