fbpx

ଦ୍ୱିତୀୟ ଥର ବର ହେବେ ଅରୁଣ ଲାଲ, ୨୮ ବର୍ଷୀୟ ବୁଲବୁଲଙ୍କୁ କରିବେ ବିବାହ

Advertisement

କୋଲକାତା: ଭାରତର ସକ୍ରିୟ କ୍ରିକେଟର ହୁଅନ୍ତୁ କିମ୍ବା ପୁର୍ବତ୍ତନ କ୍ରିକେଟର, ସମସ୍ତେ ନିଜର ଜୀବନଶୈଳୀ କିମ୍ବା ଅନ୍ୟ କୌଣସି ବିଷୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ପୁର୍ବତ୍ତନ ଭାରତୀୟ କ୍ରିକେଟର ଅରୁଣ ଲାଲ ୬୬ ବର୍ଷ ବୟସରେ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି । ନିଜଠୁ ୨୮ କମ୍ ବର୍ଷର ବୁଲୁବୁଲ(୩୮)ଙ୍କ ସହିତ ତାଙ୍କର ବିବାହ ଅନୁଷ୍ଠିତ ହେଉଛି ।

ଅରୁଣ ଏବଂ ବୁଲବୁଲ ଦୁହେଁ ବହୁ ପୁରଣା ସାଙ୍ଗ । ଅରୁଣ ତାଙ୍କ ବାହାଘର ପାଇଁ କାର୍ଡ ମଧ୍ୟ ଛପାଇ ସାରିଲେଣି । ମେ ୨ ତାରିଖରେ କୋଲକାତାର ଏକ ତାରକା ହୋଟେଲରେ ସେମାନଙ୍କର ବିବାହ ହେବ । ବିବାହ ପରେ ରିସେପସନ ପାର୍ଟି ମଧ୍ୟ ଆୟୋଜନ ହେବ ।

ଦ୍ୱିତୀୟ ବିବାହ ପାଇଁ ପ୍ରଥମ ପତ୍ନୀ ରୀନାଙ୍କଠୁ ଅନୁମତି ନେଇଛନ୍ତି ଅରୁଣ ଲାଲ । ସୁତ୍ରରୁ ମିଳିଥିବା ଖବର ମୁତାବକ ରୀନା ବହୁତ୍ ସମୟ ଧରି ଅସୁସ୍ଥ ରହିଛନ୍ତି । ତାଙ୍କ ଅନୁମତିରେ ହିଁ ଏହି ବିବାହ ହେଉଛି । ଦୁହିଁଙ୍କ ମଧ୍ୟରେ ଗୋଟିଏ ମାସ ପୁର୍ବରୁ ନିର୍ବନ୍ଧ ହୋଇ ସାରିଛି । କିନ୍ତୁ ବହୁ ସମୟରୁୟ ଦୁହେଁ ସମ୍ପର୍କରେ ରହିଛନ୍ତି ।

ଅରୁଣ ଲାଲଙ୍କ ଜନ୍ମ ୧୯୫୫ ମସିହା ଉତ୍ତର ପ୍ରଦେଶର ମୁରାଦବାଦରେ ହୋଇଥିଲା । ସେ ପଶ୍ଚିମବଙ୍ଗ ପାଇଁ କ୍ରିକେଟ ଖେଳିଥିଲେ । ସେ ତାଙ୍କ କ୍ରିକେଟ କ୍ୟାରିୟରରେ ଭାରତ ପାଇଁ ୧୬ ଟେଷ୍ଟ୍ ମ୍ୟାଚ୍ ଏବଂ ୧୩ ଦିନିକିଆ ମ୍ୟାଚ୍ ଖେଳିଛନ୍ତି ।

Get real time updates directly on you device, subscribe now.