fbpx

ପୋଲିସ ଉପରକୁ ଆକ୍ରମଣ: ବ୍ୟବସାୟୀ ଓ ଯୁବତୀଙ୍କ ମୃତ୍ୟୁ ଘଟଣାରେ ହୋଇଥିଲା ଉତ୍ତେଜନା

Advertisement

ଭୁବନେଶ୍ୱର: ଭାଙ୍ଗୁଛି ଆଇନ ଆଉ ବିଗୁଡୁଛି ସ୍ଥିତି । ପୋଲିସ ବି ପାଲଟି ଯାଇଛି ଆକ୍ରମଣର ଶିକାର । ଛତ୍ରପୁର ହଂସପୁରରେ ଘଟିଛି ଏମିତି ଅଭାବନୀୟ ଘଟଣା । ଉତ୍ତେଜନା ହେଉଥିବାରୁ ସ୍ଥିତି ସୁଧାରିବାକୁ ଯାଇଥିଲା ପୋଲିସ । କିନ୍ତୁ ଏବେ ସେମାନଙ୍କ ପରିସ୍ଥିତି ହିଁ ଖରାପ ହୋଇଯାଇଛି । ଗାଡିକୁ ଭାଙ୍ଗିଦେବା ସହିତ ପୋଲିସ କର୍ମୀଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ସୂଚନା ମିଳିଛି । କେବଳ ସେତିକି ନୁହେଁ, କିଛି ସାମ୍ବାଦିକଙ୍କ ମୋବାଇଲ ଏବଂ କ୍ୟାମେରା ମଧ୍ୟ ଛଡାଇ ନେଇଛନ୍ତି ଉତ୍ୟକ୍ତ ଲୋକେ । ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ଏଠାରେ ଉତ୍ତେଜନା ଆରମ୍ଭ ହୋଇଥିଲା । ଜଣେ ବ୍ୟବସାୟୀଙ୍କୁ ହତ୍ୟା ଏବଂ ପରେ ଭାବି ପତ୍ନୀଙ୍କ ଆତ୍ମହତ୍ୟା ପରେ ଉତ୍ତେଜନା ଭୟଭ୍କର ରୂପ ନେଇଛି । ଏମିତି କି ଉତ୍ୟକ୍ତ ଲୋକେ ପୋଲିସ ଉପରକୁ ବି ଆକ୍ରମଣ କରିବାକୁ ପଛାଇ ନାହାନ୍ତି ।

Get real time updates directly on you device, subscribe now.