fbpx

କମୁନି ମୃତ୍ୟୁସଂଖ୍ୟା! ଓଡ଼ିଶାରୁ ପୁଣି ୬୭ ଜୀବନ ନେଲା କରୋନା

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟମନ୍ତ୍ରକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୭ ଜଣଙ୍କ ମୃତ୍ୟୁ ଘଟିଛି । ଏହି କ୍ରମରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫ ହଜାର ୩୦୮କୁ ବୃଦ୍ଧି ପାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୦ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ବାଲେଶ୍ୱରରୁ ୮, ବରଗଡ଼ରୁ ୭ ଓ ନବରଙ୍ଗପୁରରୁ ୬ ଅନୁଗୁଳ, ପୁରୀ ଓ ରାୟଗଡାରୁ ୫ ଜଣ ଲେଖାଏଁ, ଢେଙ୍କାନାଳରୁ ୪, କନ୍ଧମାଳରୁ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହା ସହ କଳାହାଣ୍ଡି, କେନ୍ଦ୍ରାପଡ଼ା, ନୂଆପଡ଼ାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.