fbpx
BSKY
BJD SHG SKY
BJD YOUTH SKY

ଭାରତର ୬୯ ପ୍ରତିଶତ ଲୋକେ ଆର୍ଥିକ ସ୍ଥିତିରେ ଦୁର୍ବଳ

ନୂଆଦିଲ୍ଲୀ : କରୋନା ମହାମାରୀ ଦେଶର ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରିଦେଇଛି । କହିବାକୁ ଗଲେ ଦେଶର ୬୯ପ୍ରତିଶତ ପରିବାରର ଆର୍ଥିକ ସ୍ଥିତି ସୁରକ୍ଷିତ ନାହିଁ । ମହାମାରୀ ପାଇଁ ଅନେକ ଲୋକେ ରୋଜଗାର ହରାଇଛନ୍ତି । ଏନେଇ ମନି ଫାଇନ୍ସିଆଲ ଇଣ୍ଡେକ୍ସରେ ଭାରତୀୟ ନାଗରିକଙ୍କ ରୋଜଗାର, ଖର୍ଚ୍ଚ ଓ ସଂଚୟ ପରିମାଣକୁ ସର୍ଭେ କରାଯାଇଥିଲା । ଏହି ସର୍ଭେ ଅନୁସାରେ ଭାରତର ୪.୨ପ୍ରତିଶତ ପରିବାରର ରୋଜଗାର ହେଉଛି ୨୩ହଜାର ଟଙ୍କା । ଚିନ୍ତାର କାରଣ ହେଉଛି ଯେ, ୪୬ ପ୍ରତିଶତ ପରିବାରର ରୋଜଗାର ହେଉଛି ୧୫ ହଜାରରୁ କମ ।

ତେବେ ମନି-୯ ସର୍ଭେ ଦେଶର ୨୦ରାଜ୍ୟକୁ ନେଇ କରିଥିଲା । ଏଥିରେ ଅନ୍ତର୍ଭୁକ୍ତ ଥିଲେ ୧,୧୫୪ ସହର, ୧୦୦ ଜିଲ୍ଲା ଓ ଏଥିରେ ଯୋଡି ହୋଇଥିବା ୩୧,୫୧୦ ହଜାର ଗ୍ରାମୀଣ ପରିବାର । ତେବେ ଏହି ସର୍ଭେଟି ୨୦୨୨ ମସିହାର ମେ ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ କରାଯାଇଥିଲା । ତେବେ ସର୍ଭେ ପରେ ଜଣା ପଡିଛି ଯେ, ଭାରତରେ ୩ପ୍ରତିଶତ ପରିବାର ବିଳାସପୂର୍ଣ୍ଣ ଜୀବନ ଯାପନ କରୁଛନ୍ତି । ସେଥିରୁ ୭୦ପ୍ରତିଶତ ଲୋକେ ଜୀବନ ବୀମା ତଥା ଅନ୍ୟାନ୍ୟ ସଂଚୟ କରୁଛନ୍ତି । ୩ପ୍ରତିଶତ ଲୋକେ ଟଙ୍କାକୁ ଷ୍ଟକରେ ଲଗାଉଛନ୍ତି । ଏହାସହ ୧୧ ପ୍ରତିଶତ ଲୋକେ ବ୍ୟାଙ୍କ ରୁ ଋଣ ନେଇଛନ୍ତି । ଏହିଭଳି ଭାବେ ଭାରତର ଆର୍ଥିକ ପରିସ୍ଥିତି ରହିଛି । ସର୍ଭେ ଅନୁସାରେ ଜଣାପଡିଛି ଯେ, ୬୯ ପ୍ରତିଶତ ପରିବାରର ଆର୍ଥିକ ସ୍ଥିତି ଅସ୍ଥିରତା ମଧ୍ୟରେ ଗତି କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.