fbpx

SBIରେ ୧୪୦୦ରୁ ଅଧିକ ପଦବୀ ଖାଲି, ନଭେମ୍ବର ୭ ଆବେଦନର ଅନ୍ତିମ ତାରିଖ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଏସବିଆଇ ପକ୍ଷରୁ ସର୍କଲ ବେସଡ୍ ଅଫିସର (ସିବିଓ) ପାଇଁ ୧୪୨୨ଟି ପଦବୀ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ବିଜ୍ଞାପନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ସୂଚନା ପାଇ ପାରିବେ ।

ଏହି ପଦବୀ ପାଇଁ ଅକ୍ଟୋବର ୧୮ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ନଭେମ୍ବର ମାସ ୭ ତାରିଖ ଆବେଦନର ଅନ୍ତିମ ତାରିଖ ରହିଛି । ପ୍ରାର୍ଥୀମାନେ ନଭେମ୍ବର / ଡିସେମ୍ବର ମାସରେ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଏହାପରେ ଡିସେମ୍ବର ୪ ତାରିଖରେ ଅନଲାଇନରେ ପରୀକ୍ଷା ଅନୁଷ୍ଠିତ ହେବ ।

ଜେନେରାଲ / ଓବିସି / ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କୁ ଏଥିପାଇଁ ୭୫୦ ଟଙ୍କା ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ଏସସି / ଏସଟି / ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କୁ କୌଣସି ଫିସ୍ ଦେବାକୁ ପଡ଼ିବ ନାହିଁ । ପ୍ରାର୍ଥୀଙ୍କର ବୟସ ୨୧ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ନିୟମ ଅନୁଯାୟୀ ପ୍ରାର୍ଥୀଙ୍କର ବୟସ କୋହଳ କରାଯିବ । ଅକ୍ଟୋବର ମାସ ୩୦ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ହିସାବ କରାଯିବ । ପ୍ରାର୍ଥୀ ଜଣଙ୍କ ଯେ କୌଣସି ୟୁନିଭରଟିସିରୁ ଗ୍ରାଜୁଏସନ ପାସ୍ କରିଥିବେ ।

ଅନଲାଇନ ରେଜିଷ୍ଟ୍ରେସନ ଲିଙ୍କ: https://ibpsonline.ibps.in/sbircbonov21/reg_close.php?msg=Last_Date_for_the_Application_is_Over.

ଅନଲାଇନ ଲଗ୍ ଇନ୍ ଲିଙ୍କ: https://ibpsonline.ibps.in/sbircbonov21/

ନୋଟିଫିକେସନ ଲିଙ୍କ: https://sbi.co.in/documents/77530/11154687/081221-CBO-21+Final+Detailed+Advt+ENG.pdf/6d3a8188-f5a6-e9dd-98fc-e580796a0766?t=1638963781497

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.sbi.co.in/

Get real time updates directly on you device, subscribe now.